Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢିଛି ଅଭିବୃଦ୍ଧି ହାର

28/06/2019 at 10:40 AM

ଭୁବନେଶ୍ବର ୨୮|୬: ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଜିଏସଡିପି ହାର ବଢିଛି । ୨୦୧୭-୧୮ରେ ଏହା ୭.୪ ଥିବାବେଳେ  ୨୦୧୮-୧୯ରେ ୮.୪ ହୋଇଛି । ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଶିଳ୍ପ, ସେବା ଓ ଭିତ୍ତିଭୂମି କ୍ଷେତ୍ରର ଅବଦାନ ଅଧିକ ।

ଖଣି କ୍ଷେତ୍ରରୁ ୧୦.୮ ପ୍ରତିଶତ ଅଂଶ ରହିଛି ଭିତ୍ତିଭୂମି କ୍ଷେତ୍ରରୁ ୧୮.୫ ପ୍ରତିଶତ, ସେବା କ୍ଷେତ୍ରରୁ ୪୧.୬ ପ୍ରତିଶତ ଅବଦାନ ରହିଛି । ରାଜ୍ୟର ଜିଡିପି ହାର ଜାତୀୟ ହାରଠାରୁ ଅଧିକ । କୃଷି, ସେବା, ଶିଳ୍ପ କ୍ଷେତ୍ରରେ ସବୁଠୁ ଅଧିକ ଅଭିବୃଦ୍ଧି ହୋଇଛି । ମେକ୍ ଇନ୍ ଓଡିଶା କନକ୍ଲେଭ, ଷ୍ଟାଟ୍ ଅପ୍‌ ପଲିସି, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ଏହାକୁ ବଳ ଦେଇଛି ।

ସେହିଭଳି ରେଲୱେ, ଜାତୀୟ ରାଜପଥ ଓ ଶକ୍ତି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଯୋଗୁଁ ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ ହୋଇଛି । ଜାତୀୟ ସ୍ତରରେ ଅଭିବୃଦ୍ଧି ପାଇଁ ଖଣି କ୍ଷେତ୍ରରୁ ୨୯.୮ ପ୍ରତିଶତ ଅବଦାନ ଥିବା ବେଳେ ରାଜ୍ୟକୁ ଏଥିରୁ ୩୯.୫ ପ୍ରତିଶତ ମିଳିଛି । ଯାହାକି ସବୁଠାରୁ ଉତ୍ସାହଜନକ  । ସେହିଭଳି ସେବା କ୍ଷେତ୍ର ନିରବଚ୍ଛିନ ଭାବେ ଅଗ୍ରଗତି କରୁଛି ।

   Related Posts