ଓଡିଶା ଡ୍ରାଇଭର ଆସୋସିଏସନର ନୂତନ ଶାଖା ଉଦଘାଟିତ

Published By : Prameya-News7 Bureau | July 11, 2021 IST

ଚଣ୍ଡିଖୋଲ ୧୧।୭: ଓଡିଶା ଡ୍ରାଇଭର ଆସୋସିଏସନର ଯାଜପୁର ଜିଲ୍ଲା ବଡଚଣା ଶାଖା ପକ୍ଷରୁ ନୂତନ ଭାବେ କୃଷ୍ଣଦାସପୁରଠାରେ ଏକ ଶାଖା ଉଦଘାଟନ ହୋଇଛି । ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ସମାଜସେବୀ ଅମୂଲ୍ୟ ଦାସ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ଡ୍ରାଇଭର ମହାସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ । ଡ୍ରାଇଭରମାନେ ସଦା ସର୍ବଦା ଜୀବନକୁ ବାଜି ଲଗାଇ କାମ କରିଥାନ୍ତି । ହେଲେ ଆଜିର ସମାଜରେ ଡ୍ରାଇଭରମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ ହେଉଛନ୍ତି । ଆଗାମୀ ଦିନରେ ଡ୍ରାଇଭରମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବି ନେଇ ଡ୍ରାଇଭର ମହାସଂଘ କାମ କରିବ ବୋଲି କର୍ମକର୍ତ୍ତା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.