ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲା ଓମସା : ଦାବି ପୁରଣ ଲାଗି ସ୍ବାସ୍ଥ୍ୟ ସଚିବ ନେଲେ ୭ ଦିନ ସମୟ

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର୨୭|୧୦: ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲା ଓମସା । ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବା ପରେ ଏମିତି ଘୋଷଣା କରିଛନ୍ତି ଓଡିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ । ଡାକ୍ତଙ୍କ ଦାବି ପୁରଣ ଲାଗି ସ୍ବାସ୍ଥ୍ୟ ସଚିବ ୭ ଦିନ ସମୟ ନେଇଛନ୍ତି । ଡାକ୍ତରଙ୍କ ଦାବି ସଂପର୍କରେ ଅନୁଧ୍ୟାନ ଲାଗି ଏକ କମିଟି ଗଠନ କରିବେ ସରକାର । ଏପରି ଆସ୍ବସନାରେ ଆସ୍ବଶ୍ତ ହୋଇ ଓମସା ଆନ୍ଦୋଳନରୁ ଓହରିଛି । ଡିଏସିପି ଲାଗୁ, ଡାକ୍ତରଙ୍କୁ ସୁରକ୍ଷା ଏବଂ ଡାକ୍ତରଙ୍କ ଡ୍ୟୁଟି ସମୟ ନିର୍ଦ୍ଧାରଣ କରିବା ଆଦି  ଆଠ ଦଫା ଦାବି ନେଇ ଆସନ୍ତା କାଲିଠାରୁ ସରକାରୀ ଛୁଟିରେ ସମସ୍ତ ଡାକ୍ତର  ରହିବାକୁ ଘୋଷଣା କରିଥିଲେ । ୨୦୧୦ରେ ଏହି ଦାବି ନେଇ ଏନେଇ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହୋଇ ଥିଲା । ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ,ଆଇନ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ସଦସ୍ୟ ରହିଥିଲେ । ହେଲେ ସମସ୍ୟା ସମାଧାନ ନହେବାରୁ ପୁଣଇ ଥରେ ଆସନ୍ତା କାଲି ଠାରୁ ଆନ୍ଦୋଳନ ଡାକରା ଦେଇଥିଲା ସଂଘ । ଦେବେ ସରକାରଙ୍କ ପ୍ରତିଶୃତି ପରେ ସାମୟିକ ଭାବେ ଡାକ୍ତର ଆନ୍ଦୋଳନ ଟଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.