ମୋଟୁ ସୀମାନ୍ତ ଚେକ୍‌ପୋଷ୍ଟ ପରିଦର୍ଶନ କଲେ ଡିଜିପି, କୋଭିଡ୍ ଓ ମାଓ ସମସ୍ୟା ସମ୍ପର୍କିତ ସ୍ଥିତିର କଲେ ସମୀକ୍ଷା

Published By : Prameya-News7 Bureau | May 15, 2021 IST

ମାଲକାନଗିରି,୧୫।୫ : ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଚାରି ରାଜ୍ୟରୁ ଓଡ଼ିଶାକୁ ପ୍ରବେଶ କରିବାକୁ ଥିବା ମୁଖ୍ୟଦ୍ୱାର ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଚେକପୋଷ୍ଟ ଏବଂ ମଧୁସୂଦନ ପାର୍କ ପରିଦର୍ଶନ କରିଛନ୍ତି। ସୀମାନ୍ତ ପ୍ରବେଶ ଦ୍ୱାରରେ କୋଭିଡ ପରିଚାଳନା ଓ ମାଓ ସମସ୍ୟା ସମ୍ପର୍କରେ ପୋଲିସ ଉଚ୍ଚ ଅଧିକାରୀ ଓ ବିଏସଫ ଅଧିକାରୀଙ୍କ ସହିତ ସେ ଏ ନେଇ ଆଲୋଚନା କରିଛନ୍ତି।

କରୋନା ସଂକ୍ରମିତ ହୋଇ ଜଙ୍ଗଲରେ ବୁଲୁଥିବା ମାଓବାଦୀ ମାନେ ହିଂସା ଛାଡି ଆତ୍ମସମର୍ପଣ କରନ୍ତୁ। ସେମାନଙ୍କୁ କୋଭିଡ ଟିକା ଦେବା ସହ କରୋନା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଡିଜିପି ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଏମଭି ଆଠ ଆଠ ଗ୍ରାମ ନିକଟରେ ଏକ ନୂତନ ପୋଲିସ ଫାଣ୍ଡି ଉଦଘାଟନ କରିବା ସହିତ ସେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ l ଏହି ସମୟରେ ସେ ଯବାନ ମାନଙ୍କ ସହିତ ସୁବିଧା ଅସୁବିଧା ଓ ମାଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ମୋଟୁ ଚେକପୋଷ୍ଟ ଅତିକ୍ରମ କରି ଘରବାହୁଡା ହେଉଥିବା ପ୍ରବାସୀ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ।ଡିଜିପିଙ୍କ ସହିତ ଉଚ୍ଚ ପୋଲିସ ଅଧିକାରୀ ଓ ବିଏସଫ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.