ଲକ୍‌ଡାଉନ୍‌-ସଟ୍‌ଡାଉନ୍‌କୁ ୯୦ପ୍ରତିଶତ ଲୋକ ସହଯୋଗ କରିଛନ୍ତି : ତଥାପି ନିୟମ ଉଲ୍ଲଂଘନ ଅଭିଯୋଗରେ ୨୪ଶହରୁ ଅଧିକ ଗିରଫ

Published By : Prameya-News7 Bureau | April 04, 2020 IST

ଭୁବନେଶ୍ୱର ୦୪।୦୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତ । ପ୍ରଶାସନ , ପୋଲିସ ଓ ଜରୁରୀ ସେବାର କର୍ମଚାରୀମାନେ ଏଥିପାଇଁ ଅଧିକ ତତ୍ପର । ଭଦ୍ରକ, ଭୁବନେଶ୍ୱର ଓ କଟକରେ ଜାରି ହୋଇଥିବା ୪୮ଘଣ୍ଟିଆ ସଟ୍‌ଡାଉନ୍‌ ବର୍ତ୍ତମାନ ସୁଦ୍ଧା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ପୋଲିସ ମହାନିର୍ଦ୍ଦେଶ ଅଭୟ । ଏତିପାଇଁ ରାଜ୍ୟ ନାଗରିକମାନଙ୍କ ସମସ୍ୟ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଲକ୍‌ଡାଉନ୍‌ ସଫଳ ହୋଇଥିବା ବେଳେ ତଥାପି କିଛି ସ୍ଥାନରେ ନିୟମ ଉଲ୍ଲଂଘନ ଘଟଣା ଘଟିଛି । ଡିଜିପି କହିଛନ୍ତି ରାଜ୍ୟରେ ୯୦ପ୍ରତିଶତ ଲୋକ ଲକ୍‌ଡାଉନ୍‌କୁ ସଫଳ କରିବାରେ ସଫଳ କରିଛନ୍ତି ।

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜ୍ୟରେ ୨୪ଶହରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ଡିଜିପି ପ୍ରକାଶ କରିଛନ୍ତି । ଏଥିନେି ୨୭ଶହରୁ ଅଧିକ ମାମଲା ହୋଇଥିବା ୪ହଜାରରୁ ଅଧିକ ଗାଡି ଜବତ କରିଛି ପୋଲିସ । ତଥାପି ଆଇନଶୃଙ୍ଖଳା ରକ୍ଷା କରିବାରେ ପୋଲିସ କର୍ମଚାରୀ ପ୍ରଦର୍ଶନ କରିଥିବା ନିଷ୍ଠା ,ଦକ୍ଷତା ଓ ପରିଶ୍ରମ ପାଇଁ ଡିଜିପି ଅଭିନନ୍ଦନ ଜଣାଇଛନ୍ତି । ଏହାସହ କରୋନା ନେଇ ଅପ୍ରଚାର ଏବଂ ଆତଙ୍କ ସୃଷ୍ଟି ନକରିବାକୁ ସତର୍କ କରିଦେଇଛନ୍ତି ଡିଜିପି ଅଭୟ । ଭୟ, ଆତଙ୍କ ତଥା ତିକ୍ତତା ଏବଂ ଶତୃତା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଏହାସହ ସୋସିଆଲ୍‌ ମିଡିଆରେ କରୋନା ସଂପର୍କିତ ବିଭିନ୍ନ ମିଛ ଖବରକୁ ନାପସନ୍ଦ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।ସୋସିଆଲ୍‌ ମିଡିଆର କରୋନା ସଂପର୍କିତ ଗୁଜବ, ମିଛ ଖବର , ଅପପ୍ରଚାର, ଭୟ ଓ ବିଭେଦ ସୃଷ୍ଟିକାରୀ ଖବର ପ୍ରସାରଣ ନକିରବାକୁ ଡିଜିପି ସ୍ପଷ୍ଟଭାବେ ଚେତାଇଛନ୍ତି । ସୋସିଆଲ୍‌ ମିଡିଆର ଅପବ୍ୟବହାରକାରୀଙ୍କ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ ଚେତାଇଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.