ଡିଜିପି ଅଭୟଙ୍କ ଅଚାନକ ଢେଙ୍କାନାଳ ଗସ୍ତ, ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ଭେଟିଲେ

Published By : Prameya-News7 Bureau | October 04, 2020 IST

ଢେଙ୍କାନାଳ ୪।୧୦: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ଢେଙ୍କାନାଳ ଜିଲ୍ଲାକୁ ଅଚାନକ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରରେ ଡିଜିପି ଢେଙ୍କାନାଳ ଟାଉନ ଥାନା ଓ ସଦର ଥାନା ପରିଦର୍ଶନ କରିବା ସହ ଏହି ମହାମାରୀ କୋଭିଡ୍ ସମୟରେ ନିଜକୁ ସୁରକ୍ଷିତ ରଖି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାକୁ ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ ।

{"id":338538,"sizeSlug":"large"}

ଏହାପରେ ରିଜର୍ଭ କଲୋନୀ ଯାଇ କରୋନାରେ ମୃତ୍ୟୁ ହୋଇଥିବା କରୋନା ଯୋଦ୍ଧା ଢେଙ୍କାନାଳ ରିଜର୍ଭ ପୋଲିସର ଡ୍ରିଲ ସବ୍ ଇନ୍ସପେକ୍ଟର ସ୍ବର୍ଗତ ପ୍ରାଣବନ୍ଧୁ ସେଠୀଙ୍କ ପରିବାରକୁ ଭେଟିଥିଲେ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଭଲମନ୍ଦ ପଚାରି ବୁଝିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.