କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ, ଏଣିକି ୮ଟି ଘର ଥିବା ଅଟ୍ଟାଳିକାକୁ କୁହାଯିବ ଆପାର୍ଟମେଣ୍ଟ

Published By : Prameya-News7 Bureau | August 14, 2020 IST

ଭୁବନେଶ୍ବର ୧୪।୮: କୋଠାବାଡି ନିର୍ମାଣ ନିୟମରେ ହେଲା ପରିବର୍ତ୍ତନ । ବହୁତଳ ଅଟାଳିକ ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଏହି ନିୟମ ଅନୁଯାୟୀ ୮ଟି ଗୃହ ଥିବା ଅଟ୍ଟାଳିକାକୁ ଏଣିକି ଆପାର୍ଟମେଣ୍ଟ କୁହାଯିବ । ଉଚ୍ଚ ଅଟ୍ଟାଳିକ ନିର୍ମାଣ ପାଇଁ ପ୍ରତିବନ୍ଧକ ହେବନି ପ୍ଲଟ୍ ସାଇଜ୍ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ନାହିଁ ଅନୁମତି । ବାହ୍ୟ ଭିତ୍ତିଭୂମି ଉନ୍ନତିକରଣ ଫି’ ଏବଂ ଖରଦି ଯୋଗ୍ୟ FAR ଦେୟ କିସ୍ତିରେ ଦେବା ପାଇଁ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ କୋଠବାଡ଼ି ଓ ଗୋଦାମ ଗୃହ ପାଇଁ ପାର୍କିଙ୍ଗ ସ୍ଥାନ ୯୦ ପ୍ରତିଶତ ହେଲା । ଏଣିକି ଆଉ ମଡେଲ ପ୍ଲାନ ଅନୁମତି ପାଇଁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡିବନି । ଆବଶ୍ୟକୀୟ ଟଙ୍କା ଦାଖଲ କରି ଅଣ୍ଡରଟେକିଙ୍ଗ ଦେଇ ଆରମ୍ଭ କରିପାରିବେ ଗୃହ କାର୍ଯ୍ୟ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନୟନ ମନ୍ତ୍ରୀ ପ୍ରତାପ ଜେନା ।

ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ଯୋଜନା ଓ ନିର୍ମାଣ ମାନଙ୍କ ନିୟମ ୨୦୨୦ ଆଣିଛନ୍ତି ରାଜ୍ୟ ସରକାର । ଏହି ନିୟମ ମାଧ୍ୟମରେ ପ୍ରଚଳିତ ବ୍ୟବସ୍ଥା ଏବଂ ପଦ୍ଧତିରେ ସମାନତା ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏତଦ୍ବାରା ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଣିତ ଏକାଧିକ ଅଧିନିୟମର ଆବଶ୍ୟକତା ରହିବ ନାହିଁ । ଏହା ଆମକୁ ସାରା ରାଜ୍ୟରେ କୋଠାବାଡ଼ି ନିର୍ମ।ଣ ଯୋଜନା ଅନୁମୋଦନ ପାଇଁ ଏକ ସାଧାରଣ ଅନଲାଇନ୍ ପ୍ଲାଟଫର୍ମ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ନିୟମାବଳୀକୁ ସଂପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବା ପାଇଁ ଉଦ୍ୟମ କରାଯାଇଛି। ସହରମାନଙ୍କରେ ବସବାସ କରୁଥିବା ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସମସ୍ୟା ଦିଗରେ ଅନେକ ନିୟମ ଗୁଡ଼କୁ କୋହଳ କରାଯାଇଛି ଓ ଅନେକ ରିହାତି ତଥା ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି । ଏହା କେବଳ ଛୋଟ ଘରୋଇ କୋଠା ଗୁଡ଼କୁ ଯୋଜନା, ନିର୍ମ।ଣ ଏବଂ ଦଖଲ କରିବା ସହଜ କରିବ ନାହିଁ ବରଂ ସାଧାରଣଭାବେ ବଡ଼ ବଡ଼ ବାସଗୃହ ପ୍ରକଳ୍ପ ନିର୍ମ।ଣ ପାଇଁ ପ୍ରୋତ୍ସାହନ ଯୋଗାଇବ ଏବଂ ବାସଗହୃ ସମସ୍ତଙ୍କ ପାଇଁ ସୁଲଭ ହେବ ।

ପ୍ରାୟତଃ ସମସ୍ତ ବର୍ଗର ଅଟାଳିକା ନିର୍ମ।ଣ ନିମନ୍ତେ ସେଟବ୍ୟାକ୍ ନିୟମକୁ କୋହଳ କରାଯାଇଛି । ସ୍ବଳ୍ପ ବିପଦପୂର୍ଣ୍ଣ ଅଟ୍ଟାଳିକା ପାଇଁ ୧୦୮ଟି ପୂର୍ବ ଅନୁମୋଦିତ ଡ଼ିଜାଇନ୍ ସହଜରେ ଉପଲବ୍ଧ କରାଯାଇଛି । ଫଳରେ ସ୍ଥପତି ବା ବୈଷୟିକ କୌଶଳଧାରୀ ବ୍ୟକ୍ତି ଏବଂ ଯୋଜନା କର୍ତୃ କ୍ଷଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଏହି ନିୟମାବଳୀ ଯୋଗୁଁ ଯୋଜନାଗୁଡ଼କି ତୁରନ୍ତ ଅନୁମୋଦନ ପାଇବ ।

ବର୍ତ୍ତମାନ ଘର ନିର୍ମ।ଣ କରିବା ଏବଂ ମଡେଲ ପ୍ଲାନ୍ ପାଇବା ପୂର୍ବ ଅପେକ୍ଷା ବହୁତ ସହଜ ହେବ । ବାସଗୃହ ପାଇଁ ଉଦ୍ଦିଷ୍ଟ କୋଠାବାଡ଼ି ବର୍ତ୍ତମାନ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ମଧ୍ୟ ବ୍ୟବହାର ହୋଇପାରିବ । ଏହି ସମସ୍ତ ବ୍ୟବସ୍ଥାର ପରିଣାମ ସ୍ବରୂପ ସହରାଂଚଳରେ ଯଥେଷ୍ଟ ବାସଗୃହ ଉପଲବ୍ଧ ହୋଇପାରିବ । ଅନେକ ରିହାତି ଏବଂ ସୁବିଧା ମାଧ୍ୟମରେ ଏହି ନିୟମ ସୁଲଭ ଗୃହନିର୍ମ।ଣ କ୍ଷେତ୍ରରେ ଅଦ୍ଭୁତପୂର୍ବ ଉନ୍ନତି ଆଣିବ । ଗୃହନିର୍ମ।ଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜି ବିନିଯୋଗକୁ ଆକର୍ଷିତ କରିବାପାଇଁ ରାସ୍ତା, ପାର୍କିଂ ଏବଂ ସେଟ୍ ବ୍ୟାକ୍ ନିୟମକୁ କୋହଳ କରାଯାଇଛି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଓଡ଼ଶା ସହରାଂଚଳରେ ସମସ୍ତଙ୍କ ପାଇଁ ଘର ନୀତି ୨୦୧୫ ରେ ସଂଶୋଧନ କରାଯାଇଛି । ଏତଦ୍ଦ୍ବାରା, ସରକାରୀ ଅଣସରକାରୀ ଭାଗିଦାରୀ ଭିତ୍ତିରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ତଥା ନିମ୍ନଆୟକାରୀ ବର୍ଗ ପରିବାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୃହନିର୍ମ।ଣ ପ୍ରକଳ୍ପମାନଙ୍କରେ ବର୍ତ୍ତମାନ ଅଣସରକାରୀ ଅଂଶୀଦାରଙ୍କୁ ପ୍ରକଳ୍ପାଧୀନ ୪୦% ଜାଗା ଉପରେ ସୁଲଭ ଗୃହ ନିର୍ମ।ଣ କରିବା ପାଇଁ ୬୦% ସରକାରୀ ଜାଗା ମାଗଣାରେ ମିଳିବ । ଏହା ପୂର୍ବରୁ ଏହାର ଅନୁପାତ ୬୫:୩୫ ଥିଲା । ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୪୦:୬୦ କରାଯାଇଛି । ଯାହା ସମଗ୍ର ଭାରତ ବର୍ଷରେ ପ୍ରଥମ ଏବଂ ସର୍ବାଧିକ । ଏତଦବ୍ୟତୀତ, ଘରବାରି ବିକ୍ରୟ ପ୍ରକଳ୍ପମାନଙ୍କରେ ୨୦% ଜାଗା ଇଡବ୍ଲୁଏସ ପାଇଁ ସଂରକ୍ଷଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାମଧ୍ୟ ଆଶା କରାଯାଇଛି ଏହି ନିୟମ ରିଏଲ ଇଷ୍ଟେଟ୍ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ଆଣିବ ।

ପ୍ଲଟ୍ ସାଇଜ୍ ଅନୁସାରେ ବ୍ୟାପକ ରିହାତି ବ୍ୟବସ୍ଥା କରାଯାଇ ବେସମେଣ୍ଟ ଇତ୍ୟାଦିରେ ଛାଡ କରାଯାଇଛି । ଖରିଦ କରିବାକୁ ଥିବା ଫ୍ଲୋର ଏରିଆ ଅନୁପାତ ପୂର୍ବ ଅପେକ୍ଷା ୫୦% କମ୍ କରାଯାଇଛି । ଢାଞ୍ଚାଗତ ଦୃଢତା ଏବଂ ଅଗ୍ନି ନିରାପତ୍ତା ନିୟମକୁ କଡାକଡି କରାଯାଇଛି । ଏହି ସମସ୍ତ ପଦକ୍ଷେପ ଓଡ଼ଶାରେ ରିଏଲଇଷ୍ଟେଟ୍ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.