ସାଧାରଣ ଜନଗଣନା ସହ ଏସଇବିସି ଭିତ୍ତିକ ଜନଗଣନା ପାଇଁ ଦାବି କଲେ ଓଡ଼ିଶା ସରକାର

Published By : Prameya-News7 Bureau | January 12, 2020 IST

ଭୁବନେଶ୍ୱର ୧୨।୦୧ - ସାଧାରଣ ଜନଗଣନା ସହ ଏସଇବିସି ଭିତ୍ତିକ ଜନଗଣନା ହେଉ ।  ରାଜ୍ୟ ସରକାର କେନ୍ଦ୍ରସରକାରଙ୍କୁ ଏପରି ପ୍ରସ୍ତାବ ଦେବାକୁ କ୍ୟାବିନେଟ ମୋହର ମାରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିତର୍କ ।  କଂଗ୍ରେସ ଓ ବିଜେପି ସରକାରଙ୍କ ଏହି ପ୍ରସ୍ତାବକୁ ସମାଲୋଚନା କରିଛନ୍ତି । କଂଗ୍ରେସ କହିଛି ସମାଜରେ ଲୋକଙ୍କୁ ଭାଗ ଭାଗ କରି ରାଜନୀତି କରିବାର ଏହା ଉଦ୍ୟମ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ୩୦ ବର୍ଷ ହେଲା କାହିଁକି ମଣ୍ଡଳ କମିଶନ ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଲାଗୁ କରିନାହାନ୍ତି । ଏହାର ଜବାବ ରଖିଛି ବିଜେଡି ।

{"id":210328,"sizeSlug":"large"}

କେମିତି ହେବ ଜନଗଣନା ଜୋର ଧରିଲା ରାଜନୀତି ଜୋର ଧରିଲା ବୟାନବାଜି।। ୨୦୨୧ ଜନଗଣନାକୁ ସାମାଜିକ ଓ ଆର୍ଥିକ ଜାତିଗତ ଭିତ୍ତିରେ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ପ୍ରସ୍ତାବ ଦେବା ପରେ ଏହା ଏବେ ରାଜ୍ୟର ବିତର୍କର ବିଷୟ ହୋଇଛି । ମହାରାଷ୍ଟ୍ର ଓ ପଂଜାବ ପରେ ଓଡ଼ିଶା ଅନୁରୂପ ପ୍ରସ୍ତାବ ଦେଇଛି। ଗତକାଲି କ୍ୟାବିନେଟ ଏହାକୁ ମୋହର ମାରିଛି। ଯେଉଁଥିରେ ଦର୍ଶାଯାଇଛି ୨୦୨୧ ଜନଗଣନାରେ ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ଶ୍ରେଣୀ, ଏସଇବିସି ଲୋକଙ୍କର ସ୍ବତନ୍ତ୍ର ଗଣନା କରିବା ଲାଗି ବ୍ୟବସ୍ଥା ହେଉ।

{"id":210329,"sizeSlug":"large"}

ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ୩୦ ବର୍ଷ ହେଲା ରାଜ୍ୟ ସରକାର କାହିଁକି ମଣ୍ଡଳ କମିଶନରେ ଥିବା ସଂରଣକ୍ଷ ବ୍ୟବସ୍ଥା ଏଟାରେ ଲାଗୁ କରିପାରିନାହାନ୍ତି । ୨୦୧୧ ମସିହା ଜନଗଣନା ସମୟରେ କେନ୍ଦ୍ର ଏସଇସିସି ଓ ରାଜ୍ୟ ଏସଇବିସି ଡେଟା ସଂଗ୍ରହ କରିଥିଲେ ।

{"id":210330,"sizeSlug":"large"}

ଏସବୁ ତଥ୍ୟ ସରକାରଙ୍କ ପାଖରେ ଅଛି । ସେହି ତଥ୍ୟ ଅନୁସାରେ ରାଜ୍ୟ ସରକାର କାହିଁକି ପଦକ୍ଷେପ ନେଉ ନାହାନ୍ତି ।  ଜୁଲାଇ ମାସରେ ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଧର୍ମେନ୍ଦ୍ର କହିଛନ୍ତି । ସେପଟେ କଂଗ୍ରେସ କହିଛି ସମାଜରେ ଲୋକଙ୍କୁ ଭାଗ ଭାଗ କରି ରାଜନୀତି କରିବାର ଏହା ଉଦ୍ୟମ ହେଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକେନ୍ତ ଜେନା କହିଛନ୍ତି SEBC ଗଣନା ପୂର୍ବରୁ ଆଗେ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କର । ଏସ୍ସି/ଏସ୍ଟିଙ୍କୁ ୩୮.୫ ପ୍ରତିଶତ ଏବଂ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଶ୍ରୀକାନ୍ତ ଦାବି କରିଛନ୍ତି ।

{"id":210332,"sizeSlug":"large"}

୨୦୨୧ରେ ସାରା ଦେଶରେ ଜନଗଣନା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ଜଣାଇ ସାରିଛି ।ତେବେ ଏହି ଗଣନାରେ ଏସଇସିସିଙ୍କ ପାଇଁ ଅଲଗା କଲମ ରଖିବାକୁ ଦାବି କରିଛି ରାଜ୍ୟ । ଏଥିରେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ଥିବା ପଛୁଆ ଏବଂ ଅନ୍ୟ ପଛୁଆ ଜାତି ଓ ଶ୍ରେଣୀ ସଂଖ୍ୟା ରଖିବାକୁ ଓଡିଶା ଚାହୁଁଛି ।

{"id":210333,"sizeSlug":"large"}

ଏହାକୁ ନେଇ ବିରୋଧୀ ସମାଲୋଚନା କରୁଥିବାବେଳେ ଅଭିଯୋଗ ଖଣ୍ଡନ କରି ଜବାବ ରଖିଛି ବିଜେଡି । ରାଜ୍ୟ ସରକାର ପଛୁଆ ବର୍ଗଙ୍କ ଉନ୍ନତି ଲାଗି ବିଭିନ୍ନ ଯୋଜନା ଓ ପ୍ରକ୍ରିୟା କରୁଛନ୍ତି । ଏସବୁ ପ୍ରସଙ୍ଗରେ ନ୍ୟାୟାଳୟରେ ମାମଲା ବିଚାର ଥିବାରୁ ଏହାକୁ ଲାଗୁ କରିବା ବିଳମ୍ବ ହେଉଛି।

{"id":210334,"sizeSlug":"large"}

ରାଜ୍ୟ ସରକାରଙ୍କ ଯୁକ୍ତି ସାମାଜିକ ଏଂବ ଶିକ୍ଷା କ୍ଷେତ୍ରରେ ପଛୁଆ ଓ ଅନ୍ୟାନ୍ୟ ପଛୁଆ ବର୍ଗ ମାନଙ୍କର ସଠିକ ତଥ୍ୟ ସରକାରଙ୍କ ନିକଟରେ ନଥିବାରୁ ସେମାନଙ୍କ ଲାଗି ଯୋଜନା କରିବାକୁ ସରକାରଙ୍କୁ କଷ୍ଟ ହେଉଛି ।

{"id":210335,"sizeSlug":"large"}

 ଜନଗଣନା କେନ୍ଦ୍ରର ଦାୟୀତ୍ବ ହୋଇଥିବାରୁ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ କେନ୍ଦ୍ରର ନିଷ୍ପତ୍ତି ଉପରେ ନିର୍ଭର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.