Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ରେଳ ବଜେଟ୍‌ରେ ଓଡିଶା ପାଇଁ ୭୨୦୦କୋଟି ଦାବି କଲା ବିଜେଡି

27/01/2021 at 4:57 PM

ଭୁବନେଶ୍ବର ୨୭।୧: ରେଳ ବଜେଟ୍‌ରେ ଓଡିଶା ପାଇଁ ୭୨୦୦କୋଟି ଦାବି କଲା ବିଜେଡି। ପୁରୁଣା ପ୍ରକଳ୍ପ ୩୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦କୋଟି ଦାବି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ହୋଇଛି । ରେଳ ବଜେଟରେ ଓଡିଶାର ଦାବି ପୂରଣ ହେବା ଦରକାର । ବିଭିନ୍ନ ରେଳ ପ୍ରକଳ୍ପ ଅଧପନ୍ତରିଆ ହୋଇପଡିଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି ପରିସ୍ଥିତି ଯାହା ବି ଥାଉ, ଆମର ହକ୍ ଅଛି, ଅଧିକାର ଅଛି, ରେଳ ବଜେଟ୍ ସଂକ୍ରାନ୍ତରେ ଆମର ଦାବି ପୂରଣ ହେବା ଦରକାର । କୋଭିଡ୍ କଟକଣା ସମୟରେ ମଧ୍ୟ ଓଡିଶାରୁ ଭଲ ଜିଏସଟି ଆଦାୟ ହୋଇଛି । ତେଣୁ ରେଳ ବଜେଟରେ ଆମକୁ ଅଲଗା ଭାବେ ଦେଖିବାକୁ ହେବ । ରାଜ୍ୟ ସରକାର ଦୁଇଟି ପାର୍ଟରେ ରେଳ ବଜେଟ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ କୋଟି ଟଙ୍କା ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି । ଏହିପରି ଚଳିତ ରେଳ ବଜେଟ୍ ପାଇଁ ଓଡିଶା ୭୨୦୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛି ।

ଅନେକ ସମୟରେ ରେଳବାଇ କହେ ଜମି ସମସ୍ୟା ଯୋଗୁଁ କାମ ଆଗେଇ ପାରୁନାହିଁ ।ଏହା ଷ୍ଟେରିଓ ଟାଇପ୍ କଥା ହୋଇଗଲାଣି । ରେଳବାଇର ଅନେକ ପ୍ରକଳ୍ପ ଅଛି, ଯେଉଁଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିବା ସହ ଜମି ମଧ୍ୟ ଉପଲବ୍ଧ କରିଛନ୍ତି । ଆଉ କିଛି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ବ୍ୟବସ୍ଥା କରିଛନ୍ତି । କିନ୍ତୁ କୌଣସି କାମ ଆରମ୍ଭ ହୋଇନାହିଁ । ଉଦାହରଣ ସ୍ଵରୂପ ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନର ଉନ୍ନତିକରଣ, କଳାହାଣ୍ଡି ଓ ଗଞ୍ଜାମ ସୀତଳାପଲ୍ଲୀ ୱାଗନ କାରଖାନା ଓ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ।

   Related Posts