ଫୋନି ପୁନଃରୁଦ୍ଧାର କାମକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ରକୁ ମଗା ଯାଇଛି ଅଧିକ ଅର୍ଥ

Published By : Prameya-News7 Bureau | June 22, 2019 IST

ଭୁବନେଶ୍ବର ୨୨|୬: ବାତ୍ୟା ଫୋନି କ୍ଷୟକ୍ଷତି ପୁନରୁଦ୍ଧାର ସମୀକ୍ଷା ନେଇ ଓଡ଼ିଶା ଆସିଥିବା  କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ପୁରୀ ଜିଲ୍ଲା ସତ୍ୟବାଦୀ ଏବଂ ପିପିଲି  ଅନୁଧ୍ୟାନ କରି ଫେରିଛନ୍ତି ।  ଗତକାଲି  ସନ୍ଧ୍ୟାରେ ଟିମ୍  ସଚିବାଳୟରେ ଶକ୍ତି ମନ୍ତ୍ରୀ , ରାଜସ୍ବମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଫୋନି ପୁନରୁଦ୍ଧାର କାମକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ରକୁ ଅଧିକ ଅର୍ଥ ମଗା ଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି  । ତେବେ କେନ୍ଦ୍ରକୁ କ୍ଷୟକ୍ଷତିର ଭରଣା ପାଇଁ ୫ହଜାର ୨୦୦କୋଟି  ଟଙ୍କା ଦେବାକୁ  ଦାବି କରାଯାଇଛି ।  କେନ୍ଦ୍ରୀୟ ଟିମ୍   ବାତ୍ୟା ପୁନଃରୁଦ୍ଧାର  କାର୍ଯ୍ୟର ସମୀକ୍ଷା ପରେ ସନ୍ତୋଷ ପ୍ରକାଶ କରିଛନ୍ତି  ।  ଓଡିଶାକୁ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସବୁବେଳେ ତତ୍ପର ରହିଥିବା  ଟିମ୍  ର ମୁଖ୍ୟ ବିବେକ ଭରଦ୍ବାଜ  କହିଛନ୍ତି  ।  ବର୍ତ୍ତମାନ ଫୋନି ପୁନରୁଦ୍ଧାର  କାମ ଠିକରେ ଚାଲିଥିବା  କେନ୍ଦ୍ରୀୟ ଟିମ୍  ପ୍ରକାଶ କରିଛନ୍ତି ।   ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଆସିଥିବା ଏହି ୧୧ ଜଣିଆ ଟିମ୍ ସତ୍ୟବାଦୀ ଦୁଗଲ ପଞ୍ଚାୟତର ଅଛେଇଶ ଓ ମଣି ତଳ ଏବଂ ପୁରୀ ସଦରର ହରେକୃଷ୍ଣପୁରର ଭୋଇସାହି ଗାଁକୁ ଯାଇ  ଫୋନି ପରବର୍ତ୍ତି ପୁନଃରୁଦ୍ଧାର ସ୍ଥିତି ବୁଲି  ଦେଖିଥିଲେ । ଆଜି  କେନ୍ଦ୍ରୀୟ ଟିମ୍  ଦିଲ୍ଲୀ ଫେରି କେନ୍ଦ୍ର ସରକାରଙ୍କୁ ସବିଶେଷ, ରିପୋର୍ଟ ପ୍ରଦାନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.