କୋଣାର୍କ ସୁରକ୍ଷା ଚିନ୍ତା : କୋଣାର୍କ ପ୍ରତି ବିପଦ ନଥିବା ସିବିଆରଆଇ ଦେଲା ରିପୋର୍ଟ, ଡିସେମ୍ବର ୧୦ରେ ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକ

Published By : Prameya-News7 Bureau | November 30, 2018 IST

ନୂଆଦିଲ୍ଲୀ ୩୦|୧୧: କୋଣାର୍କର ସୁରକ୍ଷା ନେଇ ଦିଲ୍ଲୀରେ ବୈଠକ । କେନ୍ଦ୍ର ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀରେ ଆଲୋଚନା ହୋଇଛି । ବୈଠକ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ, କୋଣାର୍କ ସଂପୂର୍ଣ୍ଣ ସୁରକ୍ଷିତ । ଏହା ପ୍ରତି କୌଣସି ବିପଦ ନାହିଁ । ଏହା ଏକ ବିଶ୍ବ ଐତିହ୍ୟ ହୋଇଥିବାରୁ ଏହାର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମହେଶ ଶର୍ମା କହିଛନ୍ତି ।  ସେଣ୍ଟର ଫର୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ) ଏହି ରିପୋର୍ଟ ଦେଇଛି । କୋଣାର୍କ ସୁରକ୍ଷା ନେଇ ଡିସେମ୍ବର ୧୦ରେ ଭୁବନେଶ୍ବରରେ ହେବ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଉପସ୍ଥିତ ରହିବେ । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଆଶୋକ ପଣ୍ଡା କହିଛନ୍ତି ଯେ, କୋଣାର୍କ ନେଇ ସବିଶେଷ ଆଲୋଚନା ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ବରରେ ଉଚ୍ଚସ୍ତରୀୟ ବୈଠକ ହେବ । ଆଜିର ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଆଶୋକ ପଣ୍ଡା, ଏସଆଇ, ଡିଜି, ସଂସ୍କୃତି ନିର୍ଦ୍ଦେଶକ, ନିମାପଡା ବିଧାୟକ ସମର ଦାଶ ଏବଂ ସାଂସଦ ପ୍ରସନ୍ନ ପଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.