କରୋନା ମହାମାରୀ ଭିତରେ ଆସିଲା ଆଶ୍ଵସ୍ତିକର ଖବର: ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ଟପିଲା ୩ ଲକ୍ଷ, ଆଜି ଆଉ ସୁସ୍ଥ ହେଲେ ୧୩୧୫

Published By : Prameya-News7 Bureau | November 17, 2020 IST

ଭୁବନେଶ୍ଵର ୧୭।୧୧: କରୋନା ମହାମାରୀ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ଗୋଟିଏ ପଟେ ସଂକ୍ରମଣ କମି ଚାଲିଥିବା ବେଳେ ଅନ୍ୟପଟେ ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଆଉ ୧୩୧୫ ସୁସ୍ଥ ସହିତ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପି ୩,୦୦,୪୭୪କୁ ବୃଦ୍ଧି ଘଟିଛି। ଆଗ ଧାଡିର କରେନା ଯୋଦ୍ଧା ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟକର୍ମୀଙ୍କ ଅକଥ ପ୍ରୟାସ  ବଳରେ ଓଡିଶା ଏହି ସଫଳତା ହାସଲ କରିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୧୫ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରୁ କଟକ ଜିଲ୍ଲାରୁ ସର୍ବାଧିକ ୧୪୪ ସୁସ୍ଥ ହୋଇଛନ୍ତି। ସେହି ପରି ଖୋର୍ଦ୍ଧା ଜିଲ୍ଲାରୁ ୧୪୩, ସୁନ୍ଦରଗଡରୁ ୧୧୬, ମୟୂରଭଞ୍ଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡାରୁ ୫୪, ବାଲେଶ୍ଵରରୁ ୫୩, ଅନୁଗୁଳରୁ ୪୪, ବଲାଙ୍ଗୀରରୁ ୪୨, କେନ୍ଦୁଝରରୁ ୪୨, ନୂଆପଡାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଭଦ୍ରକରୁ ୨୩, ନୟାଗଡରୁ ୨୩, ସୋନପୁରରୁ ୧୯, ଢେଙ୍କାନାଳରୁ ୧୬, ନବରଙ୍ଗପୁରରୁ ୧୪, ଗଞ୍ଜାମରୁ ୧୨, କନ୍ଧମାଳରୁ ୯, ଝାରସୁଗୁଡାରୁ ୮, ବୌଦ୍ଧରୁ ୫, ରାୟଗଡାରୁ ୩ ଓ ଦେବଗଡରୁ ୨ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟ  ଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ୧୦୦୫୨ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୫୬୦ରେ  ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.