କ୍ରାଇମବ୍ରାଞ୍ଚ ହାତରେ ବିଦେଶୀ ସାଇବର ଠକ

Published By : Prameya-News7 Bureau | June 04, 2018 IST

କ୍ରାଇମବ୍ରାଞ୍ଚ ହାତରେ ବିଦେଶୀ ସାଇବର ଠକ । ଦିଲ୍ଲୀରୁ ୨ ନାଇଜେରିଆନ୍ ଯୁବକଙ୍କୁ ଗିରଫ କରିଛି ଓଡିଶା କ୍ରାଇମ୍ ବ୍ରାଞ୍ଚର ସାଇବର ସେଲ୍ । ଏମାନେ ବିଭିନ୍ନ ଲୋକଙ୍କୁ ଫୋନ କରି ସେମାନଙ୍କର ଲଟେରୀ ଉଠିଥିବା କହି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିଲେ । ପୁଣି ଏହି ଦୁଇ ଠକଙ୍କ ଭିତରୁ ଅନ୍ୟ ଜଣକ ଭୁବେନେଶ୍ବରର ଜଣେ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ୪୯ ହଜାର ଟଙ୍କା ଠକି ନେଇ ଥିବା ଅଭିଯୋଗ ହୋଇଛି । ଏନେଇ ଓଡିଶା କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ କରାଯାଇଥିଲା । ଅଭିଯେ।ଗ ପରେ ଦୁଇ ନାଇଜେରିଆନ୍ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କୁ ଭୁବନେଶ୍ବର ଅଣାଯିବା ପରେ କୋର୍ଟରେ ହାଜର କରାଯିବ ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.