Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଆଜି ଓଡିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ

27/09/2019 at 9:43 AM

କଟକ ୨୭।୯: ଆଜି ଓଡିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ । ଦିନ ୧୧ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ । କିନ୍ତୁ ସକାଳ ୯ ଟା ସୁଦ୍ଧା ଭୋଟର ମାନେ ଓସିଏ କନଫରେନ୍ସ ହଲରେ ପହଞ୍ଚିବାଲାଗି ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଥିଲା । ମତଦାନ କେନ୍ଦ୍ରରରେ ୨ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଭୋଟରଙ୍କୁ ଟୋକନ୍ ପ୍ରଦାନ କରାଯିବ । ଫଳରେ ସେମାନେ କ୍ରମାନ୍ବୟରେ ମତଦାନ କରିପାରିବେ ।

୫ ପଦବୀ ପାଇଁ ୧୦ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ନିର୍ବାଚନରେ ଆଶୀର୍ବାଦ ବେହେରାଙ୍କ ପୁଅ ସଞୟ ବେହେରା ଏବଂ ଓସିଏର ପୁରୁଖା ମେମ୍ବର ନବ ପଟ୍ଟନାୟକ ସମ୍ପାଦକ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ସଭାପତି ପଦ ଲାଗି ଭେଟେରାନ କ୍ରିଡା ସଂଗଠକ ପ୍ରଦୀପ ଚୌହାନ ଏବଂ ପଙ୍କଜ ଲୋଚନ ମହାନ୍ତିଙ୍କ ଭିତରେ କଡ୍ଡା ମୁକାବିଲା ହେବ ।

ତେବେ ଆଶୀର୍ବାଦ ସିବିଆଇ ଦ୍ବାରା ଗିରଫ ହେବା ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଜାମିନ ନାମଞୁର ହୋଇଥିବାରୁ ସେ ମତାଦାନ କରିପାରିବେ ନାହିଁ । ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀମାନଙ୍କୁ ମ୍ୟାଜିକ୍ ନମ୍ବର ୩୭ ହାସଲ କରିବାକୁ ହେବ ।

   Related Posts