ନୂଆ ଉଦ୍ୟୋଗୀଙ୍କୁ ସଫଳତାର ବାଟ ଦେଖାଇବା ପାଇଁ ଓଡିଶା କର୍ପୋରେଟ ଫାଉଣ୍ଡେସନର ପ୍ରୟାସ, କରିବ ସହାୟତା

Published By : Prameya-News7 Bureau | July 19, 2021 IST

ଭୁବନେଶ୍ୱର, ୧୯/୦୭: ନୂଆ ଉଦ୍ୟୋଗୀଙ୍କୁ ସଫଳତାର ବାଟ ଦେଖାଇବା ପାଇଁ ଆଗେଇ ଆସିଛି ଓଡିଶା କର୍ପୋରେଟ ଫାଉଣ୍ଡେସନ। ରବିବାର ଏନେଇ ଭୁବନେଶ୍ୱର ଏମ ଆର ହାଉସରେ ୱେବିନାର୍ ଆୟୋଜିତ ହୋଇଥିଲା। ଏଥିରେ ଅନେକ ନୂଆ ଓ ଅଭିଜ୍ଞ ଉଦ୍ୟୋଗୀ ଭାଗ ନେଇ ଅନେକ ବିଷୟରେ ଆଲୋଚନା କରିଥିଲେ । ଏହି ୱେବିନାର ଥିମ୍ ରହିଛି Start Early Start Right। ରାଜ୍ୟରେ ନୂଆ ଉଦ୍ୟୋଗୀ ଯେଉଁମାନେ ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଛନ୍ତି କିନ୍ତୁ ସଠିକ୍ ରାସ୍ତା ପାଉ ନାହାଁନ୍ତି ସେମାନଙ୍କୁ ଉତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ ରହିଛି।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮୭ ଜଣ ଉଦ୍ୟୋଗୀ ଭିଡିଓ କନଫରେନସିଂ ଜରିଆରେ ଯୋଗଦେଇ ଉଦ୍ୟୋଗ ପାଇଁ ଆବଶ୍ୟକ ଜ୍ଞାନ, କୌଶଳ, ମାର୍କେଟିଂ, ବ୍ୟାଙ୍କ ସହାୟତା ବିଷୟରେ ଆଲୋଚନା କରିଥିଲେ । ଏହାଛଡା ଗୁଜୁରାଟର ହିରଣ୍ମୟ ମହାନ୍ତ, ମୁମ୍ବାଇର ସୁରଜ ଗନ୍ତାୟତ ଓ ଶୁଭେନ୍ଦୁ ମହାନ୍ତିଙ୍କ ଭଳି ସଫଳ ଉଦ୍ୟୋଗୀ ମାନେ ନିଜ ସଫଳତାର କାହାଣୀ ଅନ୍ୟ ମାନଙ୍କୁ କହିଥିଲେ ।

ସେପଟେ ନୂଆ କରି ଉଦ୍ୟୋଗ ଆରମ୍ଭ କରୁଥିବା ଉଦ୍ୟୋଗୀଙ୍କୁ ସହାୟତା କରିବା ପାଇଁ ଓଡିଶା କର୍ପୋରେଟ ଫାଉଣ୍ଡେସନ ସହାୟତା ପ୍ରଦାନ କରିଥାଏ। ବ୍ୟାଙ୍କ, ଫାଇନାନ୍ସ ବ୍ୟତୀତ ଆଞ୍ଜେଲ ଇନଭେଷ୍ଟର ଆଣିବା, ଫଣ୍ଡିଂ ଯୋଗାଡ଼ କରିବା, ଉଦ୍ୟୋଗୀ ଙ୍କୁ ରିସ୍କ ନେବା ପାଇଁ ସାହସ ଦେବା, ଉତ୍ପାଦ ବିକ୍ରିପାଇଁ ମାର୍କେଟ ଯୋଗାଡ଼ କରିବା ପାଇଁ ଓଡିଶା କର୍ପୋରେଟ ଫାଉଣ୍ଡେସନ ସହାୟତା କରିଥାଏ ।

ଓସିଏଫ୍, କୃଷି, ଟୁରିଜିମ୍‍ ଟେକ୍ସଟାଇଲ, ହାଣ୍ଡଲୁମ୍ ଭଳି ଉଦ୍ୟଗ ଆରମ୍ଭ କରିବା ପାଇଁ ପ୍ରୋତ୍ସାହନ ଯୋଗାଇଥାଏ। ଓଡିଶା କର୍ପୋରେଟ ଫାଉଣ୍ଡେସନ ଅଧିନରେ ଏବେ ୩ ହଜାର ଛୋଟ ବଡ ଉଦ୍ୟୋଗୀ ରହିଛନ୍ତି । ସମସ୍ତେ ଢେର୍ ସଫଳତା ହାସଲ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.