ବୟସ୍କ, ଶିଶୁ ଓ ଗର୍ଭବତୀଙ୍କୁ ହୋମ୍ ଆଇସୋଲେସନ ମନା, ଗୃହ ସଙ୍ଗରୋଧରେ ରହୁଥିବା ରୋଗୀ ଏବଂ ଆଟେଣ୍ଡାଣ୍ଟ ସତର୍କ ରହିବାକୁ ସରକାରଙ୍କ ପରାମର୍ଶ

Published By : Prameya-News7 Bureau | September 19, 2020 IST

ଭୁବନେଶ୍ୱର, ୧୯ ।୦୯:    ଆଜି ମଧ୍ୟ ରାଜ୍ୟରୁ ୪, ୨୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ଜଣ ଅଛନ୍ତି । ସେହିଭଳି ଆଉ ୯ଜଣଙ୍କ ଜୀବନ ନେଇଛି ମହାମାରୀ ।  ସେପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଲକ୍ଷଣ ନଥିବା ବା ସ୍ବଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନରେ ରହିବା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର । ତେବେ ଦୂରାରୋଗ୍ୟରେ ପୀଡ଼ିତ, ବୟସ୍କ ବ୍ୟକ୍ତି, ଛୋଟପିଲା ଏବଂ ଗର୍ଭବତୀ ମହିଳାଙ୍କୁ କୋଭିଡ୍‌ ହସ୍ପିଟାଲରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଜାରି ରହିଛି ୪ହଜାର ଟ୍ରେଣ୍ଡ୍‌ । ଆଜି ମଧ୍ୟ ରାଜ୍ୟରୁ ୪, ୨୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରେ୧୭୬୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିଭଳି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୯ଜଣଙ୍କ ଜୀବନ ନେଇଛି ମହାମାରୀ ।  ସେପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଲକ୍ଷଣ ନଥିବା ବା ସ୍ବଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ତେବେ ଦୂରାରୋଗ୍ୟରେ ପୀଡ଼ିତ, ବୟସ୍କ ବ୍ୟକ୍ତି, ଛୋଟପିଲା ଏବଂ ଗର୍ଭବତୀ ମହିଳାଙ୍କୁ କୋଭିଡ୍‌ ହସ୍ପିଟାଲରେ ରହିବାକୁ ପରାମର୍ଶ ଦିଆଯାଇଛି ।

{"id":331930,"sizeSlug":"large"}

ହୋମ୍‌ ଆଇସୋଲେସନରେ ରହୁଥିବା ରୋଗୀ ଏବଂ ତାଙ୍କର ଆଟେଣ୍ଡାଣ୍ଟଙ୍କୁ ଅଧିକ ସତର୍କ ରହିବା ଜରୁରୀ । ନହେଲେ ରୋଗୀଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଗୃହ ସଂଗରୋଧରେ ରହିବା ବେଳେ ରୋଗୀ ମୁହଁରେ ମାସ୍କ ଓ ହାତରେ ଗ୍ଲୋବ୍‌ସ୍‌ ପିନ୍ଧିବା ନିହାତି ଜରୁରୀ । ସେହଭିଳ ରୋଗୀଙ୍କ ପାଖକୁ ଖାଦ୍ୟ କିମ୍ବା ପୋଷାକ ନେଇ ଯାଉଥିବା ଘର ଲୋକ ମଧ୍ୟ ମୁହଁରେ ମାସ୍କ ଓ ଗ୍ଲୋବସ୍‌ ପିନ୍ଧନ୍ତୁ । ଅଧିକ ସମୟ ରୋଗୀଙ୍କ ପାଖରେ ରୁହନ୍ତୁ ନାହିଁ । ରୋଗୀଙ୍କ ପାଖକୁ ଯିବା ପୂର୍ବରୁ ଏବଂ ଆସିବା ପରେ ଭଲଭାବେ ହାତ ଧୋଇବା ଦରକାର । ଗୃହସଂଗରୋଧରେ ରହୁଥିବା ବ୍ୟକ୍ତିଙ୍କୁ ଦିଆଯାଇଥିବା ଔଷଧ କିଟ୍‌ ବ୍ୟବହାର କରିବେ । ୧୭ଦିନ ସଂଗରୋଧରେ ରହିବା ପରେ କୌଣସି ଲକ୍ଷଣ ନଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ସୁସ୍ଥ ବୋଲି କୁହାଯାଇପାରିବ ।

କରୋନାରୁ ସୁସ୍ଥ ବ୍ୟକ୍ତି ମଧ୍ୟ ପୁଣି ଥରେ ସଂକ୍ରମିତ ହେବାର ଭୟ ଥାଏ । ତେଣୁ ସେମାନେ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ସହ ଓ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ କରିବା ନିହାତି ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.