ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ କଂଗ୍ରେସ ଟିକେଟ ଘୋଷଣା କରିବ

Published By : Prameya-News7 Bureau | February 15, 2019 IST

ଭୁବନେଶ୍ବର୧୫|୨: ମାର୍ଚ୍ଚ ମାସ ​‌ପ୍ରଥମ ସପ୍ତାହରେ କଂଗ୍ରେସ ଟିକେଟ ଘୋଷଣା କରିବ।  ଆସନ୍ତା ୨୫ ତାରିଖରେ ସିଇସିକୁ ସ୍କ୍ରିନିଂ କମିଟି ଚୂଡାନ୍ତ ପ୍ରାର୍ଥୀ ତାଲିକା ଦେବେ। ଏନେଇ ସ୍କ୍ରିନିଂ କମିଟିର ପ୍ରଥମ ପର୍ଯ୍ୟୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସଥୀସାନ।

ଆଜି ପ୍ରଥମପର୍ଯ୍ୟାୟର ଶେଷ ଦିନରେ କେନ୍ଦ୍ରପଡା ସଂସଦୀୟ କ୍ଷେତ୍ର ଏବଂ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ର  ଅଧୀନରେ ଆସୁଥିବା ୧୪ ବିଧାନସଭ ନିର୍ବାଚନ ମଣ୍ତଳୀ ଆଶାୟୀ  ପ୍ରାର୍ଥୀଙ୍କ ସହିତ ଆଲୋଚନା କରିଛି କମିଟି। ତିନି ଦିରେ କମିଟି ପାଖରେ ୬ଟି ଲୋକସଭା  ଏବଂ ୪୨ ବିଧାନସଭା ନିର୍ବାଚନୀ ମଣ୍ତଳୀ ପାଇଁ ୧ହଜାରରୁ ଉର୍ଦ୍ଧ ଆଶାୟୀ ପ୍ରାର୍ଥୀଙ୍କ ଦରଖାସ୍ତ ପହଞ୍ଚିଛି।

ଦ୍ବିତୀୟ ପ୍ରର୍ଯ୍ୟାୟ ସ୍କ୍ରିନିଂ ବୈଠକ ଆସନ୍ତା ସପ୍ତାହରେ ବସିବ। ତାପରେ ପିଇସି ବୈଠକ ବସିବ।  ଏପଟେ କେନ୍ଦ୍ରପଡାରେ ମାହାଙ୍ଗାରେ  ଯୁବ ପ୍ରାର୍ଥୀ ଦେବାକୁ ବରିଷ୍ଠ କଂଗ୍ରେସ ନେତା ସେକ ମତୁଲବ ଅଲ୍ଲୀ ସୁପାରିଶ କରିଥିବାବେଳେ ଢ଼େଙ୍କାନାଳର ବରିଷ୍ଠ ନେତା କେପି ସିଂହ ଦେଓ ହାଇକମାଣ୍ତଙ୍କ ସିଗନାଲ ଅପେକ୍ଷା କରିଛନ୍ତି। ଯଦି ହାଇକମାଣ୍ତ ଚାହିଁବେ ତାହେଲେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.