Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ଫର୍ମୁଲାକୁ ଆଗାମୀ ନିର୍ବାଚନରେ ବ୍ୟବହାର କରିବ ରାଜ୍ୟ କଂଗ୍ରେସ: ଗାଁ ଗାଁରେ ପ୍ରତିଶ୍ରୃତି ପ୍ରଚାର କରିବାକୁ ଜୋନ ସଭାପତିଙ୍କୁ ନିର୍ଦେଶ

28/12/2018 at 6:33 PM

ଭୁବନେଶ୍ବର୨୮|୧୨: କଂଗ୍ରେସ ପ୍ରତିଷ୍ଠା ଦିବସରେ ଜୋନ ସଭାପତିଙ୍କ କାନରେ ମନ୍ତ୍ର ଫୁଙ୍କିଲେ କଂଗ୍ରେସ ମୁଖିଆ । ଆଉ ତିନି ମାସ ରହିଲା ନିର୍ବାଚନ। ହାପ ଟାଇମ ନୂହେଁ ଫୁଲ ଟାଇମ ଦିଅ। କଂଗ୍ରେସ ପାଇଁ ନିଜକୁ ସର୍ମର୍ପିତ କର। ଦଳକୁ ଯିଏ ବିଶୃଙ୍ଖଳା ସୃଷ୍ଟି କରୁଛି ତାକୁ ଗାଁରେ ଜବାବ ଦେବାକୁ  ଜୋନ ସଭାପତିଙ୍କୁ କହିଛନ୍ତି ପିସିସି ସଭାପତି।

ବୁଥ କମିଟି ଗଠନରେ ବିଳମ୍ବ ପାଇଁ  ଜୋନସଭାପତିମାନଙ୍କୁ ତାଗିଦ କରିଛନ୍ତି ସଭାପତି। ଜାନୁୟାରୀ ୫ ତାରିଖ ସୁଦ୍ଧା ବୁଥ କମିଟି ଗଠନ କର। ଜୋନ କମିଟି ଗଠନ କରି ଗାଁ ଗାଁ କଂଗ୍ରେସ ପ୍ରତିଶ୍ରୁତି ୫ ଘଣ୍ଟାରେ କୃଷି ଋଣଛାଡ, ଭତ୍ତା ୧ହଜାର ଟଙ୍କା କରିବା, ବିକେରୀଙ୍କୁ ନିଯୁକ୍ତି କଥାକୁ ଘରେ ଘରେ ପହଞ୍ଚାଅ। ଏହା ସହ ବି​‌ଜେଡି ଓ ବିଜେପି ସରକାର ବିଫଳତା ଏବଂ ଦୁର୍ନୀତିକୂ  ଗାଁ ଗାଁରେ ପ୍ରଚାର କରିବାକୁ ଜୋନ ସଭାପତି ମାନଙ୍କୁ ନିର୍ଦେଶ ଦିଆଯାଇଛି।

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ଫର୍ମୁଲାକୁ  ବ୍ୟବହାର କରିବ  କଂଗ୍ରେସ।  ସେଥିପାଇଁ  ଜୋନ ସଭାପତିମାନଙ୍କ କାନ୍ଧରେ ଅଧିକ ଦାୟିତ୍ବ ଦେଇଛି କଂଗ୍ରେସ। ପ୍ରତ୍ୟେକ ଜୋନ ସଭାପତି ୫ଶହ ମେମ୍ବର କରିବାକୁ ଟାର୍ଗେଟ ଦିଆଯାଇଛି। ପ୍ରେଜେକ୍ଟ ଶକ୍ତି ଏବଂ ମୋ ବୁଥ ମୋ ଗୌରବ ଜରିଆରେ ମେମ୍ବରସିପ ବଢ଼ାଇବାକୁ କୁହାଯାଇଛି।

ଜୋନ ସଭାପତି ସମ୍ମିଳନୀରେ ୮୫୨ ଜଣ ସଭାପତି ଏବଂ ବିଭିନ୍ନ ପୌରାଞ୍ଚଳର ୧୧୪ ସଭାପତି ଯୋଗ ଦେଇଥିଲେ।  ଏହାସହ   ଚାଷୀଙ୍କ ସମସ୍ୟାନେଇ  ଆସନ୍ତା ଜାନୁଆାରର ୮ ତାରିଖରେ ବିଜେଡିକୁ କାଉଣ୍ଟର କରିବା ପାଇଁ ସବୁ ଜିଲ୍ଲା ମୁଖ୍ୟଳାୟ ଆଗରେ କଂଗ୍ରେସ ଆନ୍ଦୋଳନ କରିବ।  

   Related Posts