ଚାଷୀଙ୍କ ହକ୍ ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

Published By : Prameya-News7 Bureau | January 08, 2019 IST

ଭୁବନେଶ୍ବର ୮|୧: ଚାଷୀମାନଙ୍କର ବିଭିନ୍ନ ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ । ରାଜ୍ୟ ସରକାର ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହାସହ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢି ବଢି ଚାଲିଛି । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କୃଷକ ସେଲ୍ ସ୍ମାରକ ପତ୍ର ଦେଇଛି । ବିଶେଷକରି କୃଷି ଋଣ ଛାଡ, ଧାନ କ୍ବିଣ୍ଟାଲ ପିଛା ବୋନସ୍ ୭୫୦ ଟଙ୍କା, ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.