ଓଡିଶା ଲାଗି ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର ୭|୪ : ଆଜି ଓଡିଶା ପାଇଁ ୨୦୧୯ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତାହାର ପ୍ରକାଶ କରିଛନ୍ତି । ଏଥିରେ ନିଯୁକ୍ତି, ଚାଷୀ ଓ ଚାଷୀ ସମସ୍ୟା, ମହିଳାଙ୍କ ସମସ୍ୟା ଓ ଗରିବଙ୍କୁ ମୁଖ୍ୟତଃ ପ୍ରାଧାନ୍ୟ ଦିଆଯାଇଛି । ଗରିବଙ୍କ ପାଇଁ ମାସିକ ୬ ହଜାର ଟଙ୍କା ପ୍ରଦାନ ପାଇଁ ଜାତୀୟ ସ୍ତରରେ କଂଗ୍ରେସ ଯାହା ଘୋଷଣା କରିଥିଲା, ତାକୁ ପିସିସି ମଧ୍ୟ ଦୋହରାଇଛି । ମାସକୁ ୬ ହଜାର ନିଯୁକ୍ତି ଗ୍ୟାରେଣ୍ଟି , ମହିଳାଙ୍କ ଆକାଉଣ୍ଟରେ ଟଙ୍କା ଜମା, ଯୁବକଙ୍କୁ ନିଯୁକ୍ତି, ଯେଉଁମାନେ ନିଯୁକ୍ତି ପାଇନଥିବେ ସେମାନଙ୍କୁ ୩ ହଜାର ଟଙ୍କା ବେକାରି ଭତ୍ତା ଆଦି ରହିଛି ଏହି ନିର୍ବାଚନୀ ଇସ୍ତାହାରରେ ।

ଇସ୍ତାହାରରେ କ’ଣ ରହିଛି ଜାଣନ୍ତୁ :

-ଗରିବଙ୍କ ପାଇଁ ମାସିକ ୬ ହଜାର ଟଙ୍କା ପ୍ରଦାନ କରାଯିବ ।

- ମାସକୁ ୬ ହଜାର ନିଯୁକ୍ତି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।

- ମହିଳାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ ।

- ଯୁବକଙ୍କୁ ନିଯୁକ୍ତି ଦିଆଯିବ ।

-ନିଯୁକ୍ତି ନପାଇଥିବା ବେକାରୀଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ ।

-ପ୍ରତ୍ୟେକ ପରିବାରର ଜଣକୁ ଚାକିରି ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବ ।

- ଚାଷୀଙ୍କ ଋଣ ଛାଡ଼, ଧାନର ଏମ୍ଏସ୍‌ପି କ୍ବିଣ୍ଟାଲ୍ ପିଛା ୨୬ ଶହ ଟଙ୍କା, ୩ ବର୍ଷ ଯାଏଁ ଚାଷୀଙ୍କୁ ପ୍ରତିବର୍ଷ ସ୍ବତନ୍ତ୍ର ୧୦ ହଜାର ଟଙ୍କାର ସହାୟତା ପ୍ରଦାନ ଓ ଭାଗ ଚାଷୀଙ୍କୁ ସେମାନଙ୍କ ଅଧିକାର ଦିଆଯିବ ।

- ପ୍ରତ୍ୟେକ ଭୂମିହୀନ ପରିବାରକୁ ଜମି ସହିତ ୨୦୨୪ ସୁଦ୍ଧା ସମସ୍ତ ବାସହୀନଙ୍କୁ ଘର ଯୋଗାଇ ଦିଆଯିବ।

- ସଂସଦ, ବିଧାନସଭା ସହିତ ସରକାରୀ ଚାକିରିରେ ୩୩ ପ୍ରତିଶତ ମହିଳାଙ୍କୁ ମିଳିବ ସଂରକ୍ଷଣ।

-ସବୁ ସ୍ତରରେ ଝିଅ ଓ ମହିଳାଙ୍କୁ ମାଗଣା ଶିକ୍ଷା ଓ ଗରିବ ଝିଅଙ୍କ ବାହାଘରରେ ସହାୟତା ପ୍ରଦାନ କରାଯିବ ।

- ଅଙ୍ଗନଓ୍ବାଡୀ କର୍ମୀଙ୍କୁ ନିୟମିତ କରାଯିବା ସହିତ ମାସିକ ୯ ହଜାର ଟଙ୍କା ଦରମା ଦିଆଯିବ ।

-ରାଜ୍ୟ ବଜେଟ୍‌ରେ ଶିକ୍ଷା ପାଇଁ ୨୦ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ଓ ଶିକ୍ଷା ଅଧିକାରକୁ ଦ୍ୱାଦଶ ଶ୍ରେଣୀ ଯାଏଁ ଲାଗୁ କରିବା ।

-ଶିକ୍ଷକଙ୍କୁ ଜାତୀୟ ହାରରେ ଦରମା ଦେବା

- ୬ ମାସ ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଟଙ୍କା ଫେରାଇ ଦିଆଯିବା ।

- ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସହିତ ୨୦୨୪ ସୁଦ୍ଧା ଦାଦନ ସମସ୍ୟାର ସମାଧାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.