Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ, ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଭାରୀ ଡ. ଏ.ଚେଲ୍ଲା କୁମାର

5/10/2020 at 6:03 PM

ଭୁବନେଶ୍ବର ୫।୧୦: ଓଡିଶା ଗସ୍ତରେ ଆସୁଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ.ଚେଲ୍ଲା କୁମାର । ମଙ୍ଗଳବାର ଦିନ ବିମାନ ଯୋଗେ ଅପରାହ୍ନ ୫ଟା ବେଳେ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସିଧା ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭୁବନେଶ୍ବର ଫେରି ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୭ ତାରିଖରେ କଂଗ୍ରେସ ଭବନରେ ପିସିସି ପକ୍ଷରୁ ପ୍ରଭାରୀ. ଏ.ଚେଲ୍ଲା କୁମାର ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ସଭାପତି, କେନ୍ଦ୍ରମନ୍ତ୍ରୀ, ବିରୋଧୀଦଳ ନେତା, ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଅକ୍ଟୋବର ୮ ତାରିଖରେ ଜଗତସିଂହପୁର ଜିଲ୍ଲା ବିରିଡି ଗସ୍ତ କରି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୯ ତାରିଖରେ ରାଜ୍ୟ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ କର୍ମକର୍ତ୍ତା,  ରାଜ୍ୟ ଓ ଜିଲ୍ଲା ଛାତ୍ର କଂଗ୍ରେସ ନେତୃମଣ୍ଡଳୀ, ରାଜ୍ୟ ଓ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀମାନଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଟୋବର ୧୦ ତାରିଖରେ ବାଲେଶ୍ବର ଗସ୍ତ କରି କିଷାନ ବଚାଓ ରାଲି ଓ ସଭାରେ ଯୋଗଦେବା ସହ ବାଲେଶ୍ବର ସଦର ଉପନିର୍ବାଚନୀ ବୈଠକରେ ଯୋଗଦେଇ ଭୁବନେଶ୍ବରରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୧୧ ତାରିଖ ସକାଳେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

   Related Posts