Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବରିଷ୍ଠ ନେତାଙ୍କ ସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କ ଆଲୋଚନା, ସନ୍ଧ୍ୟାରେ ବସିବ ବିଧାୟକ ଦଳ ବୈଠକ

7/10/2020 at 4:25 PM

ଭୁବନେଶ୍ବର ୭।୧୦: ପିସିସିର ମାନସ ମନ୍ଥନ । କିଭଳି ରାଜ୍ୟ କଂଗ୍ରେସକୁ ଚଳଚଞ୍ଚଳ କରାଯିବ ସେନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ବରିଷ୍ଠ ନେତାଙ୍କ ସହ ୱାନ ଟୁ ୱାନ୍ ମିଟିଙ୍ଗ କରିଛନ୍ତି । ରାଜ୍ୟ କଂଗ୍ରେସକୁ ସଂଜୀବନୀ ଦେବାକୁ ଚେଲ୍ଲାକୁମାର ବରିଷ୍ଠ ନେତାଙ୍କ ପରାମର୍ଶ ନେଉଛନ୍ତି । ଆଜି ଦିନ ତମାମ ଚେଲ୍ଲା କୁମାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ କଥା ହୋଇଛନ୍ତି । ସଂଧ୍ୟାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ ।

ଚେଲ୍ଲା କୁମାର ନୂଆକରି ଓଡିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ ନେବାପରେ ୬ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚେଲ୍ଲା କୁମାର କହିଛନ୍ତି ଯେ, ଆମ ଦଳରେ ଦକ୍ଷ ଓ ଉତ୍ସର୍ଗୀକୃତ ନେତା ଅଛନ୍ତି । ତଥାପି ଆମେ କାହିଁକି ଓଡ଼ିଶାରେ ଶାସନକୁ ଆସିପାରୁନୁ ତାହା ଲକ୍ଷେ ଟଙ୍କାର ପ୍ରଶ୍ନ । କାହିଁକି ଭୋଟରଙ୍କ ପାଖକୁ ଆମେ ପହଞ୍ଚି ପାରୁନାହୁଁ ତାହା ତର୍ଜମା କରାଯିବ। ୨୦୨୪ରେ ଆମେ ସରକାରକୁ ଫେରିବୁ । ୬ ଦିନିଆ ଗସ୍ତ ଭିତରେ ଓଡିଶାର ୨ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ସେ କହିଛନ୍ତି ।  ଆସନ୍ତାକାଲି ଚେଲ୍ଲାକୁମାର ଜଗତସିଂହପୁର ଜିଲ୍ଲା ବିରିଡିରେ କର୍ମୀ ସମ୍ମିଳନୀରେ ଯୋଗଦେବେ ।

   Related Posts