Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

6/03/2019 at 4:22 PM

ଭୁବନେଶ୍ବର ୬/୩: ରାଜ୍ୟର ୧୪୭ ବିଧାନସଭା ଓ ୨୧ଟି ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ପ୍ରଦେଶ କଂଗ୍ରେସ କମିଟିର ଆଜି ଅନୁଷ୍ଠିତ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇ ସିଇସିକୁ ପଠାଯାଇଥିବା ଦଳର ଓଡ଼ିଶା ପ୍ରଭାରୀ ଟି.ଏସ୍ ସିଂହଦେଓ ସୂଚନା ଦେଇଛନ୍ତି। ତେବେ ଏହି ପ୍ରାର୍ଥୀ ତାଲିକାରେ କିଛି ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାଁ ସୁପାରିଶ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ସମସ୍ତଙ୍କଠୁ ଆଗରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପୂର୍ବରୁ ଦଳ ପକ୍ଷରେ କୁହାଯାଇଥିଲା। ଜାନୁୟାରୀ ମାସ ୧୦ତାରିଖ ସୁଦ୍ଧା ୪୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇସାରିଥିବା ମଧ୍ୟ ଦଳ ପକ୍ଷରୁ କୁହାଯାଇଥିଲା।
ତେବେ ପୁଣି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜୋନରେ କର୍ମୀଙ୍କଠୁ ମତାମତ ସଂଗ୍ରହ ସାଙ୍ଗକୁ ଆଶାୟୀ ପ୍ରାର୍ଥୀଙ୍କ ଦାବି ସଂଗ୍ରହ କରାଯାଇଥିଲା। ସେହି ଆଧାରରେ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରାର୍ଥୀ ତାଲିକା ପ୍ରସ୍ତୁତ ବେଳେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାରି କରିଥିବା କିଛି ସର୍ତ୍ତାବଳିକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି। ବାରମ୍ବାର ନିର୍ବାଚନ ହାରୁଥିବା ନେତାଙ୍କୁ ଆଉ ଟିକଟ ନଦେବା ପାଇଁ ରାହୁଲ ଗାନ୍ଧୀ କଟକଣା ଜାରି କରିଛନ୍ତି।

   Related Posts