ଆଜି ଭାରତ ବନ୍ଦ : ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଆନ୍ଦୋଳନକାରୀ
10/09/2018 at 8:56 AM

ଭୁବନେଶ୍ବର ୧୦|୯: ଆଜି ଭାରତ ବନ୍ଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଷ୍ଟେସନଗୁଡିକରେ ଟ୍ରେନ୍ ଅଟକ ରଖିଛନ୍ତି ଆନ୍ଦୋଳନକାରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନରେ ଟ୍ରେନ୍ ଅଟକାଇଛନ୍ତି ଆନ୍ଦୋଳନକାରୀ । ପୁରୀ ଷ୍ଟେସନରେ ଅଟକି ରହିଛି ୨ଟି ଟ୍ରେନ୍ । ସମ୍ବଲପୁର ଷ୍ଟେସନରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଅଟକିରହିଛି । ବାଲେଶ୍ବର ଷ୍ଟେସନରେ ଅଟକି ରହିଛି ୨ଟି ଟ୍ରେନ୍ ।ବାଘାଜତିନ ଫାଷ୍ଟ ପାସେଞ୍ଜର ଓ ହାୱାଡା ପୁରୀ ପାସେଞ୍ଜର ଅଟକି ରହିଛି । ଭଦ୍ରକ ରେଳ ଷ୍ଟେସନରେ ଅଟକିଛି ଭଦ୍ରକ-ବାଲୁଗାଁ ଡିଏମୟୁ । ମଞ୍ଜୁରୀ ରୋଡ୍ ଷ୍ଟେସନରେ ଅଟକିଛି ଯାଜପୁର-ଖଡଗପୁର ଓ ଗୌହାଟି-ସିକନ୍ଦରାବାଦ୍ ଟ୍ରେନ୍ ଅଟକି ରହିଛି । ଢେଙ୍କାନାଳ ଷ୍ଟେସନରେ ତାଳଚେର-ପୁରୀ ଟ୍ରେନ୍ ଅଟକିଛି । କେନ୍ଦୁଝର ଷ୍ଟେସନରେ ଅଟକି ରହିଛି ବିଶାଖାପାଟନା-ଟାଟା ଏକ୍ସପ୍ରେସ ଓ କେନ୍ଦୁଝର-ଭୁବନେଶ୍ବର ଫାଷ୍ଟ ପାସେଞ୍ଜର ।