ପ୍ରଥମ ଥର ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ବୁଲେଟ ପ୍ରୁଫ କାଚ ଭିତରୁ କରିବେ ଅଭିଭାଷଣ ପ୍ରଦାନ, ପ୍ୟାରେଡ ହେବନି…

Published By : Prameya-News7 Bureau | August 14, 2019 IST

ଭୁବନେଶ୍ବର୧୪|୮: ଆଉ କେଇ ଘଣ୍ଟାର ଅପେକ୍ଷା । ପାଳିତ ହେବ ୭୩ ତମ ସ୍ୱାଧିନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ଏନେଇ ଉତ୍ସାହ, ପ୍ରସ୍ତୁତି । ତେବେ ଏବର୍ଷ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପାଳନ ଉତ୍ସବ ସ୍ଥଳୀ ବଦଳିଛି । ଭୁବନେଶ୍ୱର ୟୁନିଟି ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଲାଗି ବ୍ୟାପକ ଆୟୋଜନ କରାଯାଇଛି । ଲାଲକିଲ୍ଲା ଢାଞ୍ଚାରେ ନିର୍ମାଣ ହୋଇଥିବା ତୋରଣ ଉପରେ ମୁଖ୍ୟମନ୍ତ୍ରୀ ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ । 

{"id":144353}

ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଏଥିପାଇଁ ରାଜଧାନୀର ୟୁନିଟ ଥ୍ରୀ ପ୍ରଦର୍ଶନୀ ପଡ଼ିଆରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟସ୍ତରୀୟ ୭୩ ତମ ସ୍ୱାଧୀନତା ଦିବସରେ କେବଳ ପତକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ହେବନାହିଁ ପରେଡ୍ । ଅଭିଭାଦନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ରାଜ୍ୟ ଓ ରାଜ୍ୟ ବାହାରର ଚାରି କମ୍ପାନି ପୋଲିସ ଫୋର୍ସ ସୋମାନଙ୍କର ପ୍ରସ୍ତୁତି ଅଭ୍ୟାସ କରିଛନ୍ତି ।

{"id":144354}

ଉତ୍ସବ ସ୍ଥଳରେ ୬ହଜାର ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି । ପ୍ରଥମଥର ଲାଗି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ୱାଧୀନତା ଦିବସ ଉତ୍ସବ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦପରେ ସୁରକ୍ଷା ଆଲର୍ଟ କାରଣରୁ ଏଥର କଡା ପଦକ୍ଷେପ।ମୁଖ୍ୟମନ୍ତ୍ରୀ ବୁଲେଟ ପ୍ରୁଫ କାଚ ଭିତରୁ  ଅଭିଭାଷଣ ପ୍ରଦାନ କରିବେ, ଯାହା କି ପ୍ରଥମ ।

{"id":144355}

ଚାରି ପ୍ଲାଟୁନ ଆଣ୍ଟିଟେରରିଷ୍ଟ ଫୋର୍ସ ସହିତ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଉତ୍ସବ ସ୍ଥଳରେ ସୁରକ୍ଷା ଦାୟିତ୍ୱରେ ରହିବେ । ଏସଓଜି ଜବାନ ,ସନ୍ଧାନୀ କୁକୁର ବି ନିୟୋଜୀତ ହେବେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନର ପଛପାର୍ଶ୍ୱରେ ଥିବା ସମସ୍ତ ଘର ଓ ଆପାର୍ଟମେଣ୍ଟ ଉପରେ ଫୋର୍ସ ଜଗିବେ । ଉତ୍ସବବ ସ୍ଥଳର ପଛରାସ୍ତା ସହିତ ପ୍ରଦର୍ଶନୀ ପଡିଆର ସାମ୍ନାରାସ୍ତାକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ କିଛି ସମୟ ବନ୍ଦ ରଖାଯିବ ।

{"id":144356}

ଏହି ଅବସରରେ  ମୁଖ୍ୟମନ୍ତ୍ରୀ ମହାତ୍ମୀଗାନ୍ଧିଙ୍କର ୧୫୦ତମ ଜନ୍ମ ଶତବାର୍ଷିକ ଉପରେ ଏକ ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଥିଲାଗି  ପ୍ରଦର୍ଶନୀ ପଡିଆରେ ଗାନ୍ଧିଜୀ ଓଡିଶା ଆସିବା ସମୟରେ ବସିଥିବା ଦରି, ଚେୟାର ଆଦି ସହ ଗାନ୍ଧିଜୀଙ୍କ  ଓଡ଼ିଶା ଗସ୍ତ ଓ ରହଣୀର ବିଭିନ୍ନ ଘଟଣାକ୍ରମର ଫଟୋ ପ୍ରଦର୍ଶୀତ ହେବ । ଏହାପରେ ଉଲ୍ଲେଖନୀୟସେବା ଲାଗି ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ମେଡାଲ ସହିତ ରାଜ୍ୟ ପୋଲିସ ମେଡାଲ ମଧ୍ୟ ପ୍ରଦାନ କରିବେ ।

{"id":144357}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.