ରାଜଧାନୀରେ ହକି ମାନିଆ ; ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସେସନ୍

Published By : Prameya-News7 Bureau | November 26, 2018 IST

ଭୁବନେଶ୍ବର ୨୬|୧୧:  ରାଜଧାନୀରେ ହକି ମାନିଆ । ପହଞ୍ଚି ସାରିଛନ୍ତି ୧୬ ଦେଶର ଯୋଦ୍ଧା । ଦିନକ ପରେ ଆରମ୍ଭ ହୋଇଯିବ ହକି ମହାସମର । ଆଉ ଆସନ୍ତାକାଲି ହକି ଉଦଘାଟନୀ ଉତ୍ସବ । ତା ପୂର୍ବରୁ ଖେଳାଳିଙ୍କ ସହ ଫଟୋ ସେସନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁକ୍ତେଶ୍ବର ମନ୍ଦିର ପରିସରରେ ଏହି ଫଟୋ ସେସନ୍ ହୋଇଛି । ଭାରତ ସହ ସବୁ ଦେଶର କ୍ୟାପଟେନଙ୍କ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ସହ ଓଡିଶାର ସଂସ୍କୃତି ଓ ଐତିହ୍ୟର ଝଲକକୁ ଯୋଡିବାକୁ ଏହା ଏକ ଭିନ୍ନ ପ୍ରୟାସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.