ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ଉତ୍ସବମୁଖର ; ପୁଲୱାମା ସହିଦଙ୍କ ପାଇଁ ଏଥର ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
22/03/2019 at 9:15 AM

ଭୁବନେଶ୍ବର ୨୨|୩ : ଆଜି ରଙ୍ଗର ପର୍ବ ହୋଲି । ସାରା ଦେଶରେ ହୋଲିର ମାହୋଲ । ରଙ୍ଗ ଅବିରରେ ରଙ୍ଗୀନ ହୋଇପଡିଛି ସମଗ୍ର ଭାରତ । ଭାଇଚାରାର ପର୍ବ ହୋଲି ସେଲିବ୍ରେସନରେ ସମସ୍ତେ ମସଗୁଲ୍ । ଶାନ୍ତି ପ୍ରୀତି ମୈତି ସଦଭାବନାର ବାର୍ତ୍ତା ନେଇ ଆସିଛି ହୋଲି । ରଙ୍ଗ ଅବିରର ରଙ୍ଗରେ ପୁଣି ଥରେ ଜୀବନକୁ ସରସ ସୁନ୍ଦର କରିବାର ପର୍ବ ହୋଲି ।
ତେବେ ପୁଲୱାମା ସହିଦଙ୍କ ପାଇଁ ଏଥର ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୋଲି ଏକ ଭାଇଚାରାର ପର୍ବ, ଲୋକଙ୍କ ସହ ଲୋକଙ୍କୁ ଯୋଡିବାର ଉତ୍ସବ ।

ଆଉ ଏବେ ଦେଶରେ ରହିଛି ନିର୍ବାଚନୀ ମାହୋଲ । ହୋଲି ଖେଳି କର୍ମୀ ସମର୍ଥକ ଓ ଜନତାଙ୍କ ନିକଟତର ହେବାର ଉଦ୍ୟମ କରିଛନ୍ତି ନେତା । ଜାତି, ଧର୍ମ ନିର୍ବିଶେଷରେ ହୋଲିର ରଙ୍ଗରେ ସମସ୍ତେ ରଙ୍ଗେଇ ହୋଇଛନ୍ତି ।