Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଖୋର୍ଦ୍ଧା ସମାବେଶରେ ରାଜ୍ୟର ଜଳ ସେଚନ ବାବଦରେ ଭୁଲ ତଥ୍ୟ ଦେଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଲେ ନବୀନ

3/01/2019 at 8:35 PM

ଭୁବନେଶ୍ବର୩|୧୪: ଗତ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା ଆସି ଏକ ସମାବେଶରେ ଯୋଗ ଦେଇଥିଲେ । ତେବେ ଏହି ସମାବେଶରେ ଓଡିଶାର ଜଳସେଚନ ବାବଦରେ ମୋଦି ଭୁଲ ତଥ୍ୟ ଦେଇଥିଲେ ବୋଲି ଦର୍ଶାଇ ନବୀନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠରେ ନବୀନ କହିଛନ୍ତି ଯେ, ସମାବେଶରେ ମୋଦି କହିଥିଲେ ଯେ, ଗତ ୫ ବର୍ଷରେ ରାଜ୍ୟ ସରକାର କେବଳ ୨୨୦୦୦ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଏହା ସମ୍ପୂର୍ଣ ଭୁଲ ତଥ୍ୟ । ରାଜ୍ୟ ସରକାର କୃଷିକୁ ଯଥେଷ୍ଟ ଗୁରୁତ୍ବ ଦେଇ ଆସୁଛନ୍ତି । ତେଣୁ ୫ ବର୍ଷ ତଳେ ସରକାର ଗଠନ କରିବାବେଳେ ୧୦ଲକ୍ଷ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ ଓ ସେ ଦିଗରେ ବରାବର କାମ କରିଆସୁଛନ୍ତି । ଫଳରେ ରାଜ୍ୟ ସରକାର ଇତି ମଧ୍ୟରେ ୨୬୮୮୯ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ୭.୮ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳଯୋଗାଣ କରାଯାଇସାରିଛି ଏବଂ ଏହା ଅତିଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟ ୧୦ଲକ୍ଷ ହେକ୍ଟର ଅତିକ୍ରମ କରିବ ।

ଏ ନେଇ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି । ଆଉ ଦିନକ ପରେ ନରେନ୍ଦ୍ର ମୋଦି ବାରିପଦା ଆସିବେ । ତା ପୂର୍ବରୁ ନବୀନଙ୍କ ଏହି ଚିଠି ଯଥେଷ୍ଟ ଗୁରୁତ୍ବ ବହନ କରୁଛି । ଓଡିଶା ସମ୍ପର୍କରେ ମୋଦି କିଛି ଟିପ୍ପଣୀ ଦେଲାବେଳେ ନିଶ୍ଟୟ ସତର୍କତା ଅବଲମ୍ବନ କରିବେ । ମୋଦିଙ୍କୁ ନବୀନଙ୍କ ଚିଠିର ନକଲ ଏଥି ସହ ସଂଯୁକ୍ତ କରାଯାଇଛି ।  

New Doc 2019-01-02 17.19.59

   Related Posts