'JEE ଏବଂ NEET ସ୍ଥଗିତ ରଖନ୍ତୁ, କରୋନା ସ୍ଥିତିରେ ନିର୍ବିଘ୍ନରେ ପରୀକ୍ଷା ସମ୍ଭବ ହେବନି'- କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 25, 2020 IST

ଭୁବନେଶ୍ବର ୨୫।୮: ଏକକ ମେଡିକାଲ ନାମଲେଖା ଏଣ୍ଟ୍ରାନ୍ସ (NEET) ଏବଂ ଯୁଗ୍ମ ଇଞ୍ଜିନିୟରିଂ ପ୍ରବେଶିକା (JEE) ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଥିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସ୍ଥିତିରେ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପାଇଁ ଆବେଦନ କରିଥିବା ବେଳେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ପାଇଁ ଓଡିଶାରୁ ଆବେଦନ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ମାତ୍ର ୭ଟି ସହରରେ ପରୀକ୍ଷା ସେଣ୍ଟର କରାଯାଇଛି । ବିଭିନ୍ନ ଜିଲ୍ଲାରେ ସଟ୍‌ ଡାଉନ୍‌ ଓ ଲକ୍‌ ଡାଉନ୍‌ ଥିବାରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାରେ ସମସ୍ୟା ସୃଷ୍ଟି ହେବ ।

ନବୀନଙ୍କ ସହ ସୁବ୍ରମଣ୍ୟମ୍ ସ୍ବାମୀ, ରାହୁଲ ଗାନ୍ଧୀ, ଉଦ୍ଧବ ଠାକରେ, ମମତା ବାନାର୍ଜୀ ନିଟ୍ ଏବଂ ଜେଇଇ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ହେବାକୁ ଥିବା ନିଟ୍ ଏବଂ ଜେଇଇ ଧାର୍ଯ୍ୟ ସୂଚୀ ଅନୁସାରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସବୁଜ ସଙ୍କେତ ଦେଇଥିଲେ । ନିଟ୍ ଏବଂ ଜେଇଇ ପରୀକ୍ଷା ଆୟୋଜନ ବିରୋଧରେ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଅବଗତ କରାଇବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲା ।

ଅବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, କ’ଣ ଦେଶରେ ସବୁକିଛି ବନ୍ଦ କରିଦିଆଯିବ? ଏପରି ଏକ ମୂଲ୍ୟବାନ ବର୍ଷକୁ କ’ଣ ନଷ୍ଟ କରିଦିଆଯିବ? ଆବେଦନରେ କୋଭିଡ-୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରାଯାଇଥିଲା ।

{"id":319798,"sizeSlug":"large"}
{"id":319800,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.