ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨: ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିବାକର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ତଳସାରୀ ଯାଇ ତଳସାରୀ ମହୋତ୍ସବର ଉଦ୍ ଘାଟନ କରିବେ ମୁଖ୍ୟମନ୍ତ୍ରୀ । ପରେ ଅପରାହ୍ନରେ ବାଲେଶ୍ବର ପୋଲିସ ଲାଇନ ପଡ଼ିଆରେ ଅନୁଷ୍ଠିତ ଯୁବ ସମାବେଶରେ ଉଦବୋଧନ ଦେବେ ନବୀନ ।

ଯେଉଁଥିରେ ୫ଟି ଜିଲ୍ଲାରୁ ପ୍ରାୟ ୩୦ ହଜାରରୁ ଅଧିକ ଯୁବକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ  ୫ ହଜାର ୭ ଶହ ୮୨ କୋଟି ଟଙ୍କା ମୂଲ୍ୟର ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିପରି ୩୩ଟି ପ୍ରକଳ୍ପର ଉଦଘାଟନ କରିବେ ଯାହାର ବ୍ୟୟ ଅଟକଳ ରହିଛି ୩୧୧.୧୪ କୋଟି ଟଙ୍କା । 

{"id":84548}

ତେବେ ମୁଖ୍ୟମନ୍ତ୍ରୀ ଆଜି ଶିଳାନ୍ୟାସ କରିବାକୁ ଥିବା ପ୍ରକଳ୍ପ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେଉଛି ସୁବର୍ଣ୍ଣରେଖା ବନ୍ଦର । ଯାହାକୁ ନିର୍ମାଣ କରିବ ଟାଟା କମ୍ପାନୀ । ବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ନେଇ ଟାଟ ଷ୍ଟିଲର ସିଇଓ ଏବଂ ଏମ୍.ଡି ଟି. ଭି. ନରେନ୍ଦ୍ରନ୍, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଗତକାଲି ସଚିବାଳୟରେ ଆଲୋଚନା କରିଛନ୍ତି । 

ପ୍ରକଳ୍ପ ପାଇଁ ଆବଶ୍ୟକ ଜମି କମ୍ପାନୀକୁ ସରକାର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।  ପ୍ରାୟ ୫ ହଜାର କୋଟି ଟଙ୍କାର ଏହି ସବୁଦିନିଆ ବନ୍ଦର ସ୍ଥାପନ ହେବ । ଏହି ବନ୍ଦର କଳିଙ୍ଗନଗର ସହ ରାଜ୍ୟ ଓ ପଡୋଶୀ ରାଜ୍ୟ ପାଇଁ ପରିବହନର ପ୍ରମୁଖ କେନ୍ଦ୍ର ହୋଇପାରିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.