ନବୀନଙ୍କ ଘନିଷ୍ଠ ବନ୍ଧୁ ଥିଲେ ଜେଟଲୀ : ନବୀନଙ୍କ ଆଡକୁ ଯେବେବି ବିପଦ ଆସିଛ ସେତେବେଳେ ଅରୁଣ ଜେଟଲି ତ୍ରାଣକର୍ତ୍ତା ଭାବେ ଠିଆ ହୋଇଛନ୍ତି… ଦେଖନ୍ତୁ ବନ୍ଧୁତାର କେତୋଟି ଝଲକ

Published By : Prameya-News7 Bureau | August 24, 2019 IST

ଭୁବନେଶ୍ବର ୨୪|୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିଧନ କେବଳ ଭାରତ ପାଇଁ ନୁହେଁ ଓଡିଶା ପାଇଁ ମଧ୍ୟ ବଡ କ୍ଷତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ଜଣେ ସବୁ ସମୟର ବନ୍ଧୁଙ୍କୁ ହରାଇଲେ ବୋଲି କୁହାଯାଇପାରିବ । ଦିଲ୍ଲୀ ରାଜନୀତି ସର୍କଲରେ ଅରୁଣ ଜେଟଲୀ ଜଣେ ଫେମସ ନାଁ ହୋଇଥିବାବେଳେ ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ବନ୍ଧୁତା କାହାକୁ ଅଛପା ନାହିଁ । ତେଣୁ ବିଜେପି ଆଡୁ ଯେବେ ବି ନବୀନଙ୍କ ଆଡକୁ ବିପଦ ଆସେ ସେତେବେଳେ ଅରୁଣ ଜେଟଲି ତାଙ୍କର ତ୍ରାଣକର୍ତ୍ତା ହିସାବରେ ଠିଆ ହୁଅନ୍ତି ବୋଲି ପଲିଟିକାଲ ସର୍କଲରେ ଆଲୋଚନା ହୁଏ ।

{"id":148314}

ଏ କଥାର ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେପି ଓ ବିଜେଡିର ତୁତୁ ମେମେ ଚରମ ସୀମାରେ ଥିଲା ସେତିକିବେଳେ ଅରୁଣ ଜେଟଲୀ ନବୀନଙ୍କ ଘରକୁ ଯାଇ ତାଙ୍କ ସହ ମଧ୍ୟାହ୍ନ ଭୋଜନ ସାରି ଫେରିବା ପରେ ବିଜେପି ନେତାଏ ରାଗି ପାଚି ଲାଲ ପଡିଯାଇଥିଲେ । ଭୁବନେଶ୍ବରରେ ସେତେବେଳେ ହେଉଥିବା ମେକଇନ ଓଡିଶା କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଯୋଗଦେଇଥିବା ଅରୁଣ ଜେଟଲୀ ଦଳୀୟ ସମାଲୋଚନାକୁ ଖାତିର ନକରି ନବୀନଙ୍କ ଗାଡିରେ ବସି ସିଧା ନବୀନ ନୀବାସ ଯାଇଥିଲେ ।

{"id":148315}

ଯାହା ସେତେବେଳେ ରାଜ୍ୟ ବିଜେପିକୁ କ୍ଷୁବ୍ଧ କରିଥିଲା । ଯେତେବେଳେ ପୂରା ବିଜେପି ଅମିତ ଶାହଙ୍କ ନେତୃତ୍ବରେ ନବୀନଙ୍କୁ କଣଠେସା କରୁଥିଲେ ସେତେବେଳେ ନବୀନ ଦିଲ୍ଲୀ ଗସ୍ତରେ ଥିବାବେଳେ ସବୁ ସମୟରେ ବନ୍ଧୁ  ଜେଟଲୀଙ୍କୁ ନିଶ୍ଚିତ ଭେଟୁଥିଲେ । ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିବାବେଳେ ବିମୁଦ୍ରି କରଣ ଓ ଜିଏସଟି ଭଳି ଯେଉଁ ଦୁଇଟି ବଡ ନିଷ୍ପତ୍ତି ନେଇଥିଲେ ତାକୁ ନବୀନ ବିନା ସର୍ତ୍ତରେ ଖୋଲା ଖୋଲି ସମର୍ଥନ କରିଥିଲେ ।

{"id":148316}

ନବୀନ ଓ ଜେଟଲୀଙ୍କ ଏହି ବନ୍ଧୁତା ରାଜନୀତିରୁ ଉର୍ଦ୍ଧରେ ଥିଲା । ଦୁଇ ଜଣଯାକ ନେତା ରାଜନୀତିରେ ପ୍ରତିଷ୍ଠା ପାଇବା ପୂର୍ବରୁ ଦିଲ୍ଲୀ ସୋସିଆଲ ସର୍କିଟରେ ବେଶ ସକ୍ରିୟ ଥିଲେ । ଆଜି ବନ୍ଧୁ ଅରୁଣ ଜେଟଲୀଙ୍କ ନିଧନରେ ନବୀନଙ୍କ ଆବେଗ ଭରା ଟ୍ୟୁଟ୍ ତାର ଜ୍ବଲନ୍ତ ପ୍ରମାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.