Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବିଧାନସଭା ଓ ପାର୍ଲାମେଣ୍ଟରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗି ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

21/11/2018 at 10:00 AM

ଭୁବନେଶ୍ବର ୨୧|୧୧: ବିଧାନସଭା ଓ ପାର୍ଲାମେଣ୍ଟରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବା ଲାଗି ବିଧାନସଭାରେ ସଂକଳ୍ପ । ଏଭଳି ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ।  ମହିଳା ସଶକ୍ତି କରଣ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଦର୍ଶାଇଛନ୍ତି। ଏହି ପ୍ରସ୍ତାବ ଗୃହୀତ ହେଲେ ଗୃହରେ ୪୯ଟି ସିଟ୍  ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।  ସଂକଳ୍ପ ଉପରେ ଆଲୋଚନା ଆର୍ଭ କରି ମୁଖ୍ୟମନ୍ତ୍ରୀ ୧୯୯୨ରେ ବିଜୁ ପଟ୍ଟନାୟକଙ୍କ ସରକାର ପଞ୍ଚାୟତ ଓ ପୌର ସଂସ୍ଥାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ତାଙ୍କ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି।  ୨୦୦୧ ରେ ସରକାର ଆରମ୍ଭ କରିଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ସଫଳ ହୋଇଛି।  ଏହା ରାଜ୍ୟର ୭୦ ଲକ୍ଷ ମହିଳାଙ୍କ  ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ତେଣୁ ମହିଳାମାନଙ୍କୁ ଅଧିକରୁ ଅଧିକ ରାଜନୀତିରେ ସକ୍ରିୟ କରିବା ଉଦ୍ଦେଶ୍ୟରେ ବିଧାନସଭା ଓ ପାର୍ଲାମେଣ୍ଟରେ ବି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯିବା ଲାଗି ପ୍ରସ୍ତାବ ଦେଇଛନ୍ତି।   ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି କାର୍ଡ ବିଜେଡିକୁ ଫାଇଦା ଦେବା ନେଇ ଦଳ ଆଶା ରଖିଥିବା ଚର୍ଚ୍ଚା ହେଉଛି ।

   Related Posts