ମେ' ଓ ଜୁନ୍‌ ମାସ ପାଇଁ ମିଳିବ ଅତିରିକ୍ତ ୫କିଲୋ ଚାଉଳ, ଉପକୃତ ହେବେ ୧୨ ଲକ୍ଷ ହିତାଧିକାରୀ

Published By : Prameya-News7 Bureau | April 30, 2021 IST

ଭୁବନେଶ୍ୱର, ୩୦/୦୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦିଆଯାଉଥିବା ଚାଉଳ ସହ ଅତିରିକ୍ତ ୫ କେଜି ଚାଉଳ ଦେବା ପାଇଁ ଏଥିରେ ଘୋଷଣା କରାଯାଇଛି ।

ଏହି ଅତିରିକ୍ତ ଚାଉଳ ମେ ମାସରୁ ହିତାଧିକାରୀଙ୍କୁ ଦିଆଯିବା ବେଳେ ଏହା କେବଳ ମେ ଏବଂ ଜୁନ୍‌ ଦୁଇ ମାସ ହିଁ  ଦିଆଯିବ । ଏହି ଘୋଷଣା ଦ୍ୱାରା ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏଥି ପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.