କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣାରେ ଦୁଃଖ ପ୍ରକାଶ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା

Published By : Prameya-News7 Bureau | January 03, 2019 IST

ଭୁବନେଶ୍ବର ୦୩|୦୧: କେନ୍ଦ୍ରାପଡା ହୁକିଟୋଲାରୁ ପିକନିକ ସାରି ଫେରୁଥିବାବେଳେ ଡଙ୍ଗା ବୁଡି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖବର ଶୁଣି ସେ ଖୁବ୍ ବ୍ୟସ୍ତ ହୋଇଥିବା ବେଳେ ଏସଆରସି, ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମକୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

wp:core-embed/twitter {"url":"https://twitter.com/CMO_Odisha/status/1080516606776684544"}
https://twitter.com/CMO_Odisha/status/1080516606776684544
/wp:core-embed/twitter wp:core-embed/twitter {"url":"https://twitter.com/CMO_Odisha/status/1080530126452842496","type":"rich","providerNameSlug":"twitter","className":""}
https://twitter.com/CMO_Odisha/status/1080530126452842496
/wp:core-embed/twitter

ସେପଟେ ଦୁର୍ଘଟଣା ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର ।  ନିଖୋଜ ଥିବା ଯାତ୍ରୀ ସୁରକ୍ଷିତ ଉଦ୍ଧାର ହେବେ ବୋଲି ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଘଟଣା ନେଇ ଦୁଃଖପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.