Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନବୀନଙ୍କ ବଡ ଘୋଷଣା : ସେପ୍ଟେମ୍ବର ମାସରେ ୬ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯିବ, ଜାଣନ୍ତୁ କେଉଁମାନେ ପାଇବେ

26/08/2019 at 8:25 PM

ଭୁବନେଶ୍ବର୨୬|୮; ୨୦୧୯ ସୁଦ୍ଧା କଚ୍ଚା ଘର ଥିବା ସବୁ ବିପିଏଲ ପରିବାକୁ ପକ୍କାଘର ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ଏବେ ତା ପାଇଁ ଗ୍ରାଣ୍ଡ ଆୟୋଜନ । ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ୬ ଲକ୍ଷ ହିତାଧିରୀଙ୍କ ପକ୍କାଘର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମିଶାଇ ସରକାର ଏହି ଆଚିଭମେଣ୍ଟ କରିବା ଲକ୍ଷ୍ୟରେ ଅଛନ୍ତି ।

ବିରୋଧି କହିଛନ୍ତି  ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବିଜୁ ଟ୍ୟାଗ ଲଗାଇ ଯୋଜନାକୁ ହଡପ କରିବା ଚକ୍ରାନ୍ତ ହୋଇଛି । କାଳିଆ, ରାସନ କାର୍ଡ ଯୋଜନା ଭଳି ଘର ଯୋଜନାରେ ବି ହଡପ ଅଭିଯୋଗ ଅଛି । ସେଥିରେ ସଂଶୋଧନ ହେଉ ।….

ସେପ୍ଟେମ୍ବର ମାସରେ ୬ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯିବ ।  ଦ୍ବିତୀୟ ସପ୍ତାହରେ ଅଢେଇରୁ ୩ ଲକ୍ଷ ଏବଂ ୪ର୍ଥ ସପ୍ତାହରେ ପୁଣି ଅଢେଇରୁ ୩ ଲକ୍ଷ ହିତାଧିକାରୀଙ୍କ ପାଇଁ ଭିତ୍ତିପ୍ରସ୍ତର ପକାଯିବ । ଆଉ ଅକ୍ଟୋବର ୨ ଅର୍ଥାତ ଗାନ୍ଧି ଜୟନ୍ତୀରୁ ଗୃହ ପ୍ରବେଶ କରିବେ ହିତାଧିକାରୀ ।

ଅବଶ୍ୟ ଏଥିରେ ସିଂହ ଭାଗ ଅଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟତୀତ ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନାରେ ବି କିଛି ହିତାଧିକାରୀଙ୍କୁ ଘର ମିଳିବ । ଏଥିପାଇଁ ପଞ୍ଚାୟତିରାଜ ବିଭାଗ ଜୋରଦାର ଲାଗି ପଡିଛି ।

ସବୁ ଜିଲ୍ଲାପାଳ , ଡିଆରଡିଏ ଓ ବିଡିଓ ଙ୍କୁ ବିଭାଗ ସଚିବ ଚିଠି ଲେଖି କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଜୋରଦାର ପ୍ରଚାର ପ୍ରସାର କରିବାକୁ । ସେଥିପାଇଁ ଆଜିଠାରୁ ୩୧ ପର୍ଯ୍ୟନ୍ତ ସବୁ ବ୍ଲକରେ ହିତାଧିକାରୀ ସମ୍ମିଳନୀ କରିବାକୁ କୁହାଯାଇଛି । ଯେଉଁଦିନ ଭିତ୍ତିପ୍ରସ୍ତର ଓ ଗୃହ ପ୍ରବେଶ ହେବ ସେଦିନ ସବୁ ମନ୍ତ୍ରୀ , ବିଧାୟକ, ନିର୍ବାଚିତ ପ୍ରତିନିଧି ସେମାନଙ୍କ ଅଞ୍ଚଳରେ ରହି ଏଥିରେ ସାମିଲ ହେବାକୁ କୁହାଯାଇଛି ।

ସରକାରଙ୍କ ଏଭଳି ମେଗା ଘର କାର୍ଯ୍ୟକ୍ରମ ପଛରେ ବିରୋଧି ରାଜନୀତି ଗନ୍ଧ ବାରିଛନ୍ତି । କେନ୍ଦ୍ରିୀୟ ଯୋଜନାକୁ ବିଜୁ ଟ୍ୟାଗ୍ ଲଗେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ ପାଇଁ ଏହା କାରସାଦି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ବାଢିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଏକଲକ୍ଷ ୬୦ ହଜାର ଟଙ୍କା ପାଆନ୍ତି । ଏହି ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସିଧା ଯାଏ । ଏବେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ରାଜ୍ୟ ସରକାର ଏଭଳି ଢଙ୍ଗରେ ବାଣ୍ଟିବା କଥା ଶୁଣି ବିରୋଧି ରାଗିପାଚି ଲାଲ୍ ।  

୨୦୨୨ ସୁଦ୍ଧା ଦେଶର ପ୍ରାୟ ୩ କୋଟି ବିପିଏଲ ପରିବାର ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନଙ୍କ ମୁଣ୍ଡ ଉପରେ ଛାତ ଯୋଗାଇବାକୁ କେନ୍ଦ୍ର ସରକାର ଟାର୍ଗେଟ ରଖିଛନ୍ତି । ୨୦୧୯ ମାର୍ଚ ସୁଦ୍ଧା ୧ କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ସହାୟତା ଦେବାକୁ ବି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ।

ତେବେ ଓଡିଶା ସରକାର ୨୦୧୯ ସୁଦ୍ଧା ସବୁ କଚ୍ଚା ଘର ଥିବା ବିପିଏଲ ପରିବାରଙ୍କୁ ପକ୍କା ଘର ଯୋଗାଇବାକୁ ଘୋଷଣା କରିଥିବାରୁ ଏଭଳି ବଡ ଆୟୋଜନ ହେଉଛି । ତାପୂର୍ବରୁ ହିତାଧିକାରୀ ସମ୍ମିଳନୀ ମାଧ୍ୟମରେ ସେମାନଙ୍କ ମତାମତ ନେବା ସହ ହିତାଧିକାରୀ କଣ କରିବେ କଣ କରିବେ ନାହିଁ ସେନେଇ ଆମ ଘର ନାଁରେ ଏକ ଆପ୍ ପ୍ରସ୍ତୁତ କରିଛି ବିଭାଗ ।

   Related Posts