ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ୍ ମେନ୍ ରେଜଲ୍ଟ

Published By : Prameya-News7 Bureau | November 16, 2019 IST

କଟକ ୧୬।୧୧: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ମେନ୍ ରେଜଲ୍ଟ । ଜୁଲାଇ ୫, ୨୦୧୯ରୁ ଜୁଲାଇ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ଓପିଏସସି ୱେବସାଇଟରେ ଉପଲବ୍ଧ। ଓଡିଶା ପବ୍ଲିକ ସର୍ଭିସ କମିଶନଙ୍କ କାର୍ଯ୍ୟାଳୟରେ ନୋଟିସ ବୋର୍ଡରେ ମଧ୍ୟ ଏହି ତାଲିକା ଉପଲବ୍ଧ।

ସଫଳ ହୋଇଥିବା ପ୍ରାର୍ଥୀଙ୍କ ଏବେ  ସାର୍ଟଫିକେଟ ଓପିଏସସି ଯାଞ୍ଚ କରିବେ। ନଭେମ୍ବର ୨୮ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହା କରାଯିବ । ୧୭ ଡିସେମ୍ବରରୁ ୨୮ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ  ପର୍ସନାଲିଟି ଟେଷ୍ଟ କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି।

ସାର୍ଟିଫିକେଟ ଯାଞ୍ଚ  ଏବଂ ପର୍ସନାଲିଟି ଟେଷ୍ଟ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ କମିଶନଙ୍କ ପକ୍ଷରୁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ମେନ୍ ପରୀକ୍ଷାରେ ସଫଳ ହୋଇଥିବା ପାର୍ଥୀଙ୍କ ଇଣ୍ଟିମେସନ ଲେଟର, ଆଟେଷ୍ଟେସନ ଫର୍ମ ଏବଂ ବାୟୋଡାଟା କମିଶନ ୱେବସାଇଟରେ ଅପଲୋଡ କରିବେ।

ପ୍ରାର୍ଥୀମାନେ ୱେବସାଇଟରୁ ଏଗୁଡିକୁ ଡାଉନଲୋଡ କରିବାକୁ କୁହାଯାଇଛି। ସାର୍ଟିଫିକେଟ ଯାଞ୍ଚ ବେଳକୁ ଏହି ଫର୍ମ ପୂରଣ କରି କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଅଧିକ ସୂଚନା ଜାଣିବା ପାଇଁ ପ୍ରାର୍ଥୀମାନେ  ଓପିଏସସି ୱେବସାଇଟ ଦେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.