Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ-୨୦୧୮ର ଫଳ, OAS ପାଇଲେ ୨୧୮ ଜଣ ପ୍ରାର୍ଥୀ, ଦେବାଶିଷ ପଣ୍ଡା ଟପ୍ପର

6/01/2020 at 7:13 PM

କଟକ ୬।୧:  ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ୨୦୧୮ ମସିହା ଲାଗି ଆୟୋଜିତ ରାଜ୍ୟ ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାରେ ୨୧୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ୭୨ ଜଣ ମହିଳା ଓଏସ୍ ପାଇଥିବା ଜଣାପଡିଛି। ଦେବାଶିଷ ପଣ୍ଡା ଓଏଏସ ଟପ୍ପର ହୋଇଥିବା ବେଳେ ଋତୁପର୍ଣ୍ଣା ମହାପାତ୍ର ମହିଳା ଟପ୍ପର ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଆକାଶ କୁମାର ପଣ୍ଡା।

ଓଏଏସ୍ ଟପ୍ ଟେନ ସୂଚୀରେ ୬ ଜଣ ମହିଳା ପ୍ରାର୍ଥୀ ଥିବା ବେଳେ ଟପ୍ପରଙ୍କୁ ମିସାଇ ୪ ଜଣ ପୁରୁଷ ଅଛନ୍ତି। ଚୂଡାନ୍ତ ମନୋନୟନ ଲାଗି ଗତ ଡିସେମ୍ବର ୧୭ରୁ ୨୮ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ୯ ଦିନ ପରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି।

ଓପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶନ ପରେ ଟପ୍ପରଙ୍କ ମତାମତ ମିଳିଛି। ଫଳାଫଳକୁ ନେଇ ସେ ବେଶ୍ ଖୁସି ଥିବା ବେଳେ କଠିନ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ପରୀକ୍ଷାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି। ସେ ଦିନରୁ ୬ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି।

   Related Posts