ଅଗଷ୍ଟ ୩ୟ ସପ୍ତାହ ସୁଦ୍ଧା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ, ଶେଷ ସପ୍ତାହରେ କଳା ପରୀକ୍ଷାଫଳ

Published By : Prameya-News7 Bureau | August 04, 2020 IST

ଭୁବନେଶ୍ବର ୪।୮: ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ବିଜ୍ଞାନ ଓ ବାଣିଜ୍ୟର ଖାତା ଦେଖା ଶେଷ ହୋଇସାରିଛି । ଟାବୁଲେସନ ଚାଲିଛି । ଅଗଷ୍ଟ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ସେପଟେ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜର ଶିକ୍ଷକଙ୍କୁ ଦିଆଯାଉଛି ଅନଲାଇନ୍ ତାଲିମ୍ । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆଜିଠାରୁ ୫ ଦିନ ଧରି ଶିକ୍ଷକମାନଙ୍କୁ ଟ୍ରେନିଂ ଦେବା ପାଇଁ ଆୟୋଜନ ହୋଇଛି ।

ଛାତ୍ରଛାତ୍ରୀଙ୍କୁ କିଭଳି ଅନଲାଇନ୍ ଶିକ୍ଷା ଦେଇ ହେବ, ଶିକ୍ଷାନୁଷ୍ଠାନରେ କରୋନା ପାଇଁ ଯେପରି ଶିକ୍ଷାଦାନ ଓ ରେଜଲ୍ଟ ପ୍ରଭାବିତ ନହେବ ସେଥିଲାଗି ଶିକ୍ଷକମାନଙ୍କୁ ତାଲିମ୍ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.