ରାଉରକେଲାରେ କରୋନା ମୁକାବିଲାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | April 14, 2021 IST

ରାଉରକେଲା ୧୪।୪: କରୋନାର ପ୍ରକୋପରେ ପଶ୍ଚିମ ଓଡ଼ିଶା । ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ଦିନ ବଢ଼ୁଛି ସଂକ୍ରମଣଙ୍କ ସଂଖ୍ୟା । ସବୁ ରେକର୍ଡ଼ ଭାଙ୍ଗି ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଛି ୪୫୭ କରୋନା ପଜିଟିଭ ।

କରୋନା ମୁକାବିଲାର ସମୀକ୍ଷା  ପାଇଁ ରାଉରକେଲା ଗସ୍ତ ଆସିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତାଙ୍କ ସହ ଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ  ପ୍ରଦୀପ ମହାପାତ୍ର,  ଟିଏମଇଟିର ମୁଖ୍ୟ ଡ଼ାକ୍ତର ସି.ବି.କେ, ମହାନ୍ତି ରାଉରକେଲା ଗସ୍ତରେ ଆସି ବିଭିନ୍ନ କୋଭିଡ଼ ହସ୍ପିଟାଲ କୋଭିଡ଼ କେୟାର ସଂଟେର ପରିଦର୍ଶନ କରିବା ପରେ ରାଉରକେଲା ମହାନଗର ନିଗମର ସଭାଗୃହରେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତି ଜିଲ୍ଲାପାଳ, ସିଡ଼ିଏମଓ, ରାଉରକେଲା ଏସପିଙ୍କ ସହ ବିଭିନ୍ନ ବିଭାର ଅଧିକାରୀ କର୍ମଚାରୀଙ୍କ ସହ କୋଭିଡ଼ ସମୀକ୍ଷା ବୈଠକ କରି ମୁଖ୍ୟ ଶାସନ ସଚିବ କହିଛନ୍ତି   ସୁନ୍ଦରଗଡ଼ ଜିଲ୍ଲାରେ ଅକ୍ସିଜେନ ସହ ୧୦୦୦ ବେଡ଼ ପ୍ରସ୍ତୁତ କରାଯିବ ।  ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ସଂଖ୍ୟାର ୬୦ ଭାଗ ସଂକ୍ରମିତଙ୍କ ସଂଖ୍ୟା ରାଉରକେଲା ସହରରୁ ଚିହ୍ନଟ ହେଉଛି । ତେଣୁ ରାଉରକେଲାରେ ଏନଫୋର୍ସମେଣ୍ଟ ହେବ କଢ଼ାକଢ଼ି । ତାସହ ଗୋଟିଏ ବି ପଜିଟିଭ ବ୍ୟକ୍ତି ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ସୁନ୍ଦରଗଡ ଜିଲ୍ଲା଼କୁ ପ୍ରବେଶ କରିଦିଆଯିବ ନାହିଁ  । ତା ସହ କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ପ୍ରଦୀପ ମହାପାତ୍ର କହିଛି ରାଉରକେଲା ସହରରେ ସଂକ୍ରମଣ ସଂଖ୍ୟା ବଢ଼ିବାର କାରଣ ସହରବାସୀ କଟକଣା ମାନୁନାହାନ୍ତି । ତେଣୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି କଟକଣା କଡାକଡି କରିବା ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.