କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ହୋଇପାରନ୍ତି ଗିରଫ , ମିଳିବନି ସରକାରୀ ସହାୟତା-ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | May 03, 2020 IST

ଭୁବନେଶ୍ୱର ୦୩।୦୫: ନିୟମ ନମାନିଲେ ବଢାଯିବ କ୍ବାରାଣ୍ଟାଇନ ଅବଧି । ପ୍ରବାସୀ ଓଡ଼ିଆଙ୍କ କ୍ବାରାଣ୍ଟାଇନ ନେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାଜ୍ୟ ବାହାରୁ ପ୍ରବାସୀ ଓଡିଆ ଫେରିଛନ୍ତି । ଓଡିଶାକୁ ଟ୍ରେନ ଯୋଗେ ୧ ହଜାରରୁ ଅଧିକ ପ୍ରବାସୀ ଓଡିଆ ଫେରି ସାରିଲେଣି ।

ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ପଞ୍ଚାୟତରେ କ୍ବାରେଣ୍ଟାଇନ କରାଯାଇଛି । ଯଦି ସେମାନେ ନିୟମ ନମାନନ୍ତି ତେବେ ସେମାନଙ୍କୁ କ୍ବାରେଣ୍ଟାଇନ ଅବଧି ବଢାଯିବ ।କ୍ବାରେଣ୍ଟାଇନ ଖିଲାପକାରୀଙ୍କ ଉପରେ ନଜର ରଖିବେ ସରପଞ୍ଚ ।କ୍ବାରେଣ୍ଟାଇନ ନିୟମ ନମାନିଲେ ଅନ୍ୟ ଜିଲ୍ଲାକୁ ପଠାଯିବ । ଯଦି କେହି ନିୟମ ନମାନିଲେ ତେବେ ସେମାନଙ୍କୁ ଗିରଫ କରିଯିବ । ଏବଂ ସରକାରୀ ସହାୟତା ମିଳିବନି । ବସ୍ ପାସ ନଥିଲେ ଓଡ଼ିଶା ସୀମାକୁ ପଶି ପାରିବେନି । ବସ୍ ରେ  ଅଧିକ ଯାତ୍ରୀ ଥିଲେ ଆମେ ଓଡିଶା ସୀମାରୁ ଫେରାଇ ଦିଆଯିବ । ସ୍ଥାନାନ୍ତର ବେଳେ ହଇରାଣ ହେଲେ ପ୍ରଶାସନର ସହାୟତା ଲୋଡନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ଓଡ଼ିଶାରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଟ୍ରେନ୍‌ ଓ ବସ୍‌ ଯୋଗେ ପ୍ରବାସୀଙ୍କୁ ଓଡ଼ିଶା ଅଣାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.