୩୪୧ଟି ସିପାହୀ ଓ କନଷ୍ଟେବଳ ଏବଂ ୪୬ଟି ଏପିପି ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ୧୫୪ ଜଣ ଶିକ୍ଷକଙ୍କ ନିଯୁକ୍ତି ।

Published By : Prameya-News7 Bureau | September 06, 2018 IST

ଭୁବନେଶ୍ୱର ୦୬/୦୯ :  ରାଜ୍ୟରେ ସିପାହୀ ଓ କନେଷ୍ଟବଳ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୧୬୮୦ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଆଉ ୩୪୧ଟି ପଦବୀ ପୂରଣ ପାଇଁ ସରକାରଙ୍କ ନିଷ୍ପତ୍ତି ଯାଗୁଁ ସମୁଦାୟ ୨୦୨୧ଟି ସିପାହୀ ଓ କନେଷ୍ଟବଳ ପଦବୀ ପୂରଣ କରାଯିବ । ସେହିପରି ୪୬ଟି ନୂଆ ଏପିପି (Assistant Public Proseculator) ପଦବୀ ପୂରଣ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ଅନୁମୋଦିତ କରିଛନ୍ତି । ସୂଚନାଯୋଗ୍ୟ ଯେ ଏପିପି କ୍ୟାଡରରେ ୨୦୯ଟି ପଦବୀ ରହିଛି । ନିକଟରେ ୧୪୮ଟି ଏପିପି ପଦବୀ ପୂରଣ କରାଯାଇଛି ଏବଂ ବର୍ତ୍ତମାନ ଏହି ପଦବୀରେ ୧୬୩ ଜଣ ଅଧିକାରୀ କାର୍ୟ୍ୟରତ ଅଛନ୍ତି । ବାକି ୩୪୧ଟି ପଦବୀ OPSC ଜରିଆରେ ପୂରଣ କରିବା ପାଇଁ ଅନୁମୋଦନ କରାଯାଇଛି । ସେହିପରି ସ୍ନାତ୍ତକୋତ୍ତର ଶିକ୍ଷକ (PGT) ପଦବୀ ପାଇଁ ୧୫୪ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । OPSC ଜରିଆରେ ୨୩୦ଟି ଗ୍ରୁପ-ବି ପାହ୍ୟାର ଶିକ୍ଷକ ପଦବୀ ପୂରଣ କରିବାପାଇଁ ଅନୁମୋଦନ କରାଯାଇଥିବା ବେଳେ ଏହା ୧୫୪ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛି । ସେମାନଙ୍କୁ ଖୁବ ଶୀଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.