୨୦୧୯ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ; ଅବାଧ ନିର୍ବାଚନ ପାଇଁ ଦିଆଯାଉଛି ୪ଟି ମଡ୍ୟୁଲର ପ୍ରଶିକ୍ଷଣ
5/01/2019 at 11:01 AM

ଭୁବନେଶ୍ବର ୫|୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ବସିଛି । ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ଆୟକର ବିଭାଗ ଏବଂ ଅବକାରୀ ବିଭାଗର ଅଧିକାରୀମାନେ ଯୋଗଦେଇଛନ୍ତି । ୨୦୧୯ ନିର୍ବାଚନ ପରିଚାଳନା, ନିର୍ବାଚନ ଖର୍ଚ୍ଚ ଆଦର୍ଶ ଆଚରଣବିଧି, ସମ୍ବେଦନଶୀଳ ବୁଥ୍ ଚିହ୍ନଟ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଉଛି । ଜାତୀୟ ନିର୍ବାଚନ କମିଶନର ଜଣେ ନିର୍ଦ୍ଦେଶକ ଏହି ବୈଠକରେ ଯୋଗଦେଇଛନ୍ତି । ନିର୍ବାଚନକୁ ମୁକ୍ତ ଅବାଧ କରିବା ସଙ୍ଗେସଙ୍ଗେ ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପୋଲିସ ଅଧିକାରୀ, ଅବକାରୀ ଅଧିକାରୀ ଓ ଆୟକର ଅଧିକାରୀଙ୍କୁ ୪ଟି ମଡ୍ୟୁଲ ଉପରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ଗୃହ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବାରୁ ନିର୍ବାଚନ ଅଧିକାରୀଙ୍କ ସ୍ତରରେ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଚୂଡାନ୍ତ ଭୋଟର ତାଲିକା ନେଇ ଦୁଇ ଦିନ ତଳେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।