ଅବାଧ ଓ ସୁରକ୍ଷିତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅପିଲ୍
10/03/2019 at 4:06 PM

ଭୁବନେଶ୍ବର ୧୦|୩ : ଆଜି ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା ହେବ । ଓଡ଼ିଶାରେ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ପୁରା ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି । ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ, ସିଆରପିଏଫ୍, ବିଏସଏଫ୍ ସହ ବୈଠକ କରିଛନ୍ତି ନିର୍ବାଚନ ଅଧିକାରୀ । ଅବାଧ ଓ ସୁରକ୍ଷିତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଅପିଲ କରିଛନ୍ତି । ସୁରକ୍ଷା ପାଇଁ ନିୟୋଜିତ ପୋଲିସମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।
ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା ହେବ । ଏପ୍ରିଲରୁ ମେ ମାସ ପର୍ଯ୍ୟନ୍ତ ୭ରୁ ୮ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥିସହ ୫ଟି ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ । ଓଡିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ, ଅରୁଣାଚଳ ଏବଂ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ।