ଭିଭିପାଟ୍ ମେସିନରେ ତ୍ରୁଟି, ୪ଟି ବୁଥ୍‌ରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ କରିଛନ୍ତି । ୪ଟି ବୁଥ୍ ରେ ଭିଭିପାଟ୍ ମେସିନରେ ତ୍ରୁଟି ରହିଥିଲା । ୪ଟି ବୁଥ୍ ହେଉଛି ସୁନ୍ଦରଗଡ ଜିଲ୍ଲା ବଣାଇର ୧୨୯ ନଂ ବୁଥ୍, ସୁନ୍ଦରଗଡର ୨୧୩ ନଂ ବୁଥ୍, ନୟାଗଡ ଜିଲ୍ଲାର ଦଶପଲ୍ଲାର ୨୧୦ ଓ ୨୨୨ନଂ ବୁଥ୍ । ଗୋଟିଏ ଚିହ୍ନରେ ଭୋଟ୍ ଦେଲେ ଅନ୍ୟ ଚିହ୍ନକୁ ଯାଉଥିଲା । ଏହି ବୁଥ୍ ରେ ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଛନ୍ତି ।

ସୁରେନ୍ଦ୍ର କୁମାର କହିଛନ୍ତି ଯେ ଏସବୁ ବୁଥରେ ଭିଏମରେ ତ୍ରୁଟି ଯୋଗୁଁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । କିନ୍ତୁ ଆରମ୍ଭ ହେବାର କିଛି ସମୟ ପରେ ପୁଣି ଥରେ ତ୍ରୁଟି ଦେଖାଯିବାରୁ ରିଟର୍ଣ୍ଣିଂ ଅଫିସର ଇଭିଏମ ଓ ଭିଭିପ୍ୟାଟ୍‌ ମେସିନକୁ ବଦଳାଇଥିଲେ । କିନ୍ତୁ ଏହି ମେସିନ ବଦଳାଇଥିବା ଅଧିକାରୀମାନେ ଭୁଲରେ ଲୋକସଭା ଭୋଟ୍ ପାଇଁ ଉଦ୍ଦିଷ୍ଟ ଭିଭିପାଟ୍ ମେସିନକୁ ବିଧାନସଭାରେ ଓ ବିଧାନସଭା ଭୋଟ୍ ପାଇଁ ଉଦ୍ଦିଷ୍ଟ ମେସିନକୁ ଲୋକସଭାରେ ଯୋଡ଼ି ଦେଇଥିଲେ । ଫଳରେ ଲୋକମାନେ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ତାହା ସାଂସଦ ପ୍ରାର୍ଥୀ ମାନଙ୍କୁ ଯାଉଥିଲା । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.