ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ : ଅନେକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

Published By : Prameya-News7 Bureau | June 18, 2020 IST

ଭୁବନେଶ୍ୱର ୧୮।୦୬: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଧ୍ୟାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି କ୍ୟାବିନେଟ୍‌ ବୈଠକ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।

ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ମିଟିଂ । ସଂଧ୍ୟା ୭ ଟା ୪୫ ରେ ବସିବ ବୈଠକ । ବୈଠକରେ ୫ଟି ପ୍ରସ୍ତାବ ଉପରେ  ଆଲୋଚନା ହେବାର ସମ୍ଭାବନା ରହିଛି । ରାଜସ୍ବ ସଂପର୍କରେ ୨ଟି , ଗୋଟିଏ ଗ୍ରାମାଞ୍ଚଳ ବିକାଶ ଏବଂ ଜଙ୍ଗଲ ଓ ପରିବେଶ , କୃଷି ସଂପର୍କରେ ଗୋଟିଏ ଲେଖାଏଁ ବିଷୟରେ ଆଲୋଚନା ହେବ ବୋଲି ଜଣାପଡୁଛି । ତେବେ ଆଗକୁ ରଥଯାତା ଅଛି । ରଥଯାତ୍ରା ହେବା ନେଇ ମଧ୍ୟ ଆଲୋଚନା କରାଯିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.