୨୦ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ !

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର ୧୫।୧୧: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୨୦ଟି ପ୍ରସ୍ତାବକୁ ରାଜ୍ୟ ମଞ୍ଜୁରୀ ମିଳିଥିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚାୟତିରାଜ ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସେହିଭଳି ଅର୍ଥ, ଉଚ୍ଚଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ଓ ବୈଷୟିକ ଶିକ୍ଷା ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ସୂଚନା ରହିଛି। ତେବେ ବିଧାନସଭା ଅଧିବେଶନ ଯୋଗୁଁ କ୍ୟାବିନେଟ୍ ବୈଠକ ପରେ ଏଥର ସରକାରଙ୍କ ପକ୍ଷରୁ କେହି ଗଣମାଧ୍ୟମକୁ ସବିଶେଷ ତଥ୍ୟ ଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.