Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜାତିଭିତ୍ତିକ ଜନଗଣନା ପ୍ରସ୍ତାବରେ ବାଜିଲା ରାଜ୍ୟ କ୍ୟାବିନେଟ୍‌ର ମୋହର

11/01/2020 at 8:46 PM

ଭୁବନେଶ୍ୱର ୧୧।୧:  ରାଜ୍ୟରେ ଜାତି ଭିତ୍ତିକ ଜନଗଣନା ପ୍ରସ୍ତାବକୁ ଶନିବାର ରାଜ୍ୟ ମନ୍ତ୍ରୀମଣ୍ଡଳର ସ୍ୱୀକୃତି ମିଳିଛି। ପ୍ରସ୍ତାବ ଅନୁସାରେ ୨୦୨୧ରେ ହେବାକୁ ଯାଉଥିବା ଜନଗଣନାରେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେଉ। ଏଥି ସହିତ ସାମାଜିକ ଓ ଅର୍ଥନୈତିକ ପଛୁଆ ଲୋକଙ୍କ ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉ। ଏହି ମର୍ମରେ ଗୃହିତ ପ୍ରସ୍ତାବକୁ ଏବେ କେନ୍ଦ୍ରକୁ ପ୍ରଦାନ କରାଯିବ।  ତେବେ ଆସନ୍ତୁ ଜାଣିବା ଜାତି ଭିତ୍ତିକ ଜନଗଣନା କାହିଁକି ?

ରାଜ୍ୟ ସରକାରଙ୍କ ଅନୁସାରେ ସାମାଜିକ ଓ ଅର୍ଥନୈତିକ ସ୍ତରରେ ପଛରେ ଥିବା ପଛୁଆ ଜାତି ଓ ସେମାନେ ବସବାସ କରୁଥିବା ଅଞ୍ଚଳର ଭୌଗଳିକସ୍ଥିତି ବାବଦରେ ସଠିକ ଓ ନିର୍ଭୁଲ ତଥ୍ୟ ମିଳିପାରୁ ନାହିଁ। ଏଣୁ ଏଭଳି ଲୋକଙ୍କ ଲାଗି ନିର୍ଦ୍ଧିଷ୍ଠ ଯୋଜନା କାର୍ଯ୍ୟକାରୀ କରିବା ସରକାରଙ୍କ ଲାଗି କଷ୍ଟକର ହେଉଛି। ତେବେ ୨୦୨୧ରେ ହେବାକୁ ଯାଉଥିବା ଜନଗଣନାରେ ଏଭଳି ଲୋକଙ୍କୁ ଚିହ୍ନଟ ଲାଗି କୌଣସି ବ୍ୟବସ୍ଥା ହୋଇ ନାହିଁ।  ତେବେ ୨୦୧୧ ମସିହା ଜନଗଣନାରେ ବିଭିନ୍ନ ଜାତିକୁ ସ୍ଥାନିତ କରାଯାଇଥିଲା, ହେଲେ ହେଁ ସଂଗୃହୀତ ତଥ୍ୟ କେନ୍ଦ୍ର ସରକାର ସାର୍ବଜନିକ କରିନାହାନ୍ତି। ଏଥିଯୋଗୁ ବିବାଦ ଆଶଙ୍କା ଥିବାର କେନ୍ଦ୍ର ସରକାର ଆଶଙ୍କା କରୁଛନ୍ତି।

ତେବେ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି। କେନ୍ଦ୍ର ସରକାର ଜାରି କରିଥିବା ଫର୍ମାଟରେ ଏହାକୁ ସାମିଲ କରନ୍ତୁ ଅଥବା ଏଥିଲାଗି ପୃଥକ ଫର୍ମାଟ କରି ତଥ୍ୟ ସଂଗ୍ରହ ନିମନ୍ତେ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଗୃହୀତ କରିଛନ୍ତି। ଏହା ସହ ଏହି ତଥ୍ୟକୁ ସାର୍ବଜନିକ କରିବା ଲାଗି ମଧ୍ୟ ନିବେଦନ କରାଯାଇଛି।

   Related Posts