କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବ ଉପରେ ମୋହର : ୫ମ ଅର୍ଥ ଆୟୋଗର ଏଟିଆର ଉପସ୍ଥାପିତ, ଏଣିକି ମୃତ ସରକାରୀ କର୍ମଚାରୀଙ୍କ ଆତ୍ମୀୟଙ୍କୁ ଗ୍ରୁପ୍-ଡି ଚାକିରି

Published By : Prameya-News7 Bureau | February 07, 2020 IST

ଭୁବନେଶ୍ବର ୭।୨: ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୍ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ଉପସ୍ଥାପନ ହୋଇଛି । ଓଡିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ହୋଇଛି । ଆସିବ ଓଡିଶା ସିଭିଲ୍ ରିହାବିଲିଟେସନ ସ୍କିମ୍ । ଏଥିରେ ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ୍ ଡି ପଦବୀ ମିଳିବ । ଆଗରୁ ୧୦ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେ ବି ନିଯୁକ୍ତି ମିଳିବ ।

ସେହିଭଳି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସୁନ୍ଦରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ୩ଟି ବ୍ଲକର ସବୁ ଗାଁକୁ ଯୋଗାଇ ଦିଆଯିବ ପାଣି । କୁଆଁରମୁଣ୍ଡା ବ୍ଲକ୍ ପାଇଁ ବି ପ୍ରକଳ୍ପ ହେବ । ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଦୁଇ ଲକ୍ଷ ଲୋକ ଉପକୃତ ହେବେ ।

ଏସଟିପିଆଇର ଯେକୌଣସି ସ୍ଥାନରେ କେନ୍ଦ୍ର ହେଲେ ୩ ଏକର ପର୍ଯ୍ୟନ୍ତ ଜମିର ପ୍ରିମିୟମ ମାଗଣା ଦିଆଯିବ। ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ମିଳିଛି । ବିଧାନସଭା ତୃତୀୟ ଅଧିବେଶନକୁ ମଞ୍ଜୁରୀ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.