କାଳିଆ ଯୋଜନାରେ ପରିବର୍ତ୍ତନକୁ ମଂଜୁରିଦେଲା କ୍ୟାବିନେଟ

Published By : Prameya-News7 Bureau | February 26, 2019 IST

ଭୁବନେଶ୍ଵର ୨୬/୨- ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ କାଳିଆ ଯୋଜନାରେ କରାଯାଇଥିବା କେତେକ ପରିବର୍ତ୍ତନକୁ ଅନୁମୋଦନ ମିଳିଛି । କୌଣସି ଯୋଗ୍ୟ ହତାଧିକାରୀ କାଳିଆ ଯୋଜନାରୁ ବାଦ ପଡ଼ିବେ ନାହିଁ ବୋଲି ମୂଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହି ଅନୁସାରେ ଅଧିକ ଦଶଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ,ଭାଗଚାଷୀ, ଭୂମିହୀନ କୃଷି ଶ୍ରମିକ ପରିବାର ୨୦୧୮-୧୯ ଆର୍ଥିକ ବର୍ଷରେ ସହାୟତା ପାଇବେ ବୋଲି ସଂଶୋଧନ କରାଯାଇଥିଲା । ଏହାକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି ।

{"id":89022}

ଚାଷୀମାନଙ୍କୁ କାଲିଆ ଯୋଜନା ମାଧ୍ୟମରେ ଚାଷପାଇଁ ଆବଶ୍ୟକ କୃଷି ସାମଗ୍ରୀ କିଣାକିଣି କରିବା ପାଇଁ ପ୍ରଦାନ କରାଯାଉଥିବା ସହାୟତା ଅକ୍ଷୟ ତୃତୀୟା ଓ ନୂଆଖାଇ ପରିବର୍ତ୍ତେ ଫସଲଋତୁ ଆରମ୍ଭରୁ ଅର୍ଥାତ ଆର୍ଥିକବର୍ଷର  ପ୍ରଥମଭାଗ ୧ ଏପ୍ରିଲରୁ ଖରିଫ ଫସଲପାଇଁ ଏବଂ ସେପ୍ଟେମ୍ବର ୧ ତାରିଖପରେ ରବିଋତୁ ପାଇଁ ଯେକୌଣସି ସମୟରେ ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.