ଓଡିଶା ବଜେଟ୍ ୨୦୨୧: ଟଙ୍କିକିଆ ଚାଉଳ ପାଇଁ ୯୬୯ କୋଟି ଟଙ୍କା ବ୍ୟୟ ବରାଦ, ପର୍ଯ୍ୟଟନ, ଅବଢା ଓ ଏମଏସଏମଇ ପାଇଁ ରହିଛି ଏତିକି
22/02/2021 at 6:07 PM

ଭୁବନେଶ୍ଵର ୨୨।୦୨: ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ର ରାଜ୍ୟ ବଜେଟ୍ ବିଧାନସଭାରେ ଆଗତ କରିଛନ୍ତି। ପ୍ରଥମ ଥର ପେପରଲେସ୍ ବଜେଟ୍ ଉପସ୍ଥାପିତ ହୋଇଛି। ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ରାଜ୍ୟ ସରକାରଙ୍କ ବହୁ ମହତ୍ଵାକାଂକ୍ଷୀ ଯୋଜନା ୧ ଟଙ୍କିଆ ଚାଉଳ ପାଇଁ ୯୬୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ଅତିରିକ୍ତ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍ ଯୋଗାଣ ପାଇଁ ୫୦ କୋଟି ବ୍ୟୟ ଅଟକଳ କରାଯାଇଛି। ହାତୀ କରିଡର ବିଦ୍ୟୁତ୍ ଯୋଗାଣ ପାଇଁ ୧୨୦ କୋଟି, ବିଜୁ ଏକ୍ସପ୍ରେସ୍ ଓ୍ଵେ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି।
ବଜେଟ୍ରେ ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ଲାଗି ଶହେ କୋଟିର ବ୍ୟବସ୍ଥା କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ବଜେଟ୍ରେ ୪୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପୁରୀ ପାଇଁ ଅବଢା ଯୋଜନା ପାଇଁ ୫୪୨ କୋଟି ବ୍ୟୟବରାଦ କରାଯାଇଛି। ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଓ ସମଲେଇ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି।